ପ୍ରିୟଙ୍କାଙ୍କ ଝିଅକୁ ମାଗଣା ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର

କିଡନି ଦାନ କରିଥିବା ପ୍ରିୟଙ୍କାଙ୍କ ଝିଅକୁ ମାଗଣା ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇ ପ୍ରିୟଙ୍କାଙ୍କ ଝିଅ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । ପ୍ରିୟଙ୍କାଙ୍କ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Image result for chief minister of odisha

କିଡନୀ ଦାନ କରି ୨ଜଣଙ୍କ ଜୀବନ ବଞ୍ଚାଇଛନ୍ତି ପ୍ରିୟଙ୍କା । ତାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ବର୍ଦ୍ଧିତ କରାଯିବ । ଏଥିସହ ସଫଳ କିଡନି ପ୍ରତିରୋପଣ ପାଇଁ ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply