କାଲିଠୁ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଦିଆଯିବ ପ୍ରିକସନ୍ ଡୋଜ୍, ୩ ହଜାର କେନ୍ଦ୍ରରେ ହେବ ମାଗଣା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ବୁଷ୍ଟର ଡୋଜ୍ । କାଲିଠୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟୀକାକରଣ ହେବ । ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେଣୁ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ୧୨ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ ୯୮% ଦ୍ୱିତୀୟ ଡୋଜ ୭୨% । ୧୫ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ୯୨% ଏବଂ ଦ୍ୱିତୀୟ ଡୋଜ ୮୨% ଟୀକାକରଣ କରାଯାଇଛି । ସେହିପରି ୧୮ରୁ ଅଧିକ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ୯୦% ଟୀକାକରଣ ଦିଆସରିଛି । ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନେ ୨୮% ଟୀକାକରଣ କରାଯାଇଛି ।

ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଷର ନାଗରିକମାନଙ୍କୁ ପ୍ରିକସନ ଡୋଜ ମାଗଣାରେ ଦିଆଯିବ । ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ । ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟୀକାକରଣ କେନ୍ଦ୍ର ରହିଛି । ସେଠାରେ ମାଗଣାରେ ଟୀକାକରଣ କରିପାରିବେ । ଟିକାକରଣ କେନ୍ଦ୍ରଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି । ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ ।

ଏହି ବର୍ଗର ମୋଟ ୨ କୋଟି ୬୫ ଲକ୍ଷ ୮୫ ହାଜର ହିତାଧିକାରୀ ଅଛନ୍ତି । ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହାଜର ହିତାଧିକାରୀ ପ୍ରିକ୍ସସନ୍ ଡୋଜ ନେଇଛନ୍ତି । ଅର୍ଥାତ ୯୯% ଆହୁରି ଟିକା ନେଇନାହାନ୍ତି । ଏହି ଟୀକାକରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ । ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି । ଏହି ବୈଠକରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ମାଗଣା ଟୀକାକରଣ ନେଇ ଆଲୋଚନା ହେବ ।