ଜନତାପାଇ ଓ ମୋଟୁରୁ ରୋଗୀଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍ ସେବା

1 min read

ମାଲକାନଗିରି: ଜିଲ୍ଲାର ଦୁର୍ଗମ ଅଞ୍ଚଳ ତଥା ଅପହଞ୍ଚ ଇଲାକା ଜନତାପାଇ ଓ ମୋଟୁକୁ ବସ୍ ସେବା ଆଜିଠୁ ଆରମ୍ଭ ହୋଇଛି । ଜିଲ୍ଲାପାଳ ମନୀଷ ଅଗ୍ରୱାଲ ୨ଟି ବିଜୁ ହେଲଥ ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି । ଏଥିଯୋଗୁଁ ରୋଗୀ ଓ ତାଙ୍କର ସମ୍ପର୍କୀୟ ଉପକୃତ ହେବେ । ୨ଟି ବସ୍ ପ୍ରତିଦିନ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜନତାପାଇ ଓ ମୋଟୁକୁ ଯାତ୍ରା କରିବ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ ।

Free bus service for patient

ପ୍ରଥମ ବସଟି ଜନତାପାଇରୁ ସକାଳ ୬ଟା ୩୦ରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିବ । ସେହିପରି ମାଲକାନଗିରିରୁ ଅପରାହଣ ୪ଟାରେ ବାହାରି ଜନତାପାଇରେ ସନ୍ଧ୍ୟା ୭ଟାରେ ପହଞ୍ଚିବ । ଅନ୍ୟ ଏକ ବସ୍ ସକାଳ ୬ଟା ୩୦ରେ ମୋଟୁରୁ ବାହାରି ଏମଭି-୭୯, କାଲିମେଳା, ପଟେରୁ ଦେଇ ଦିନ ୧୦ଟାରେ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିବ । ପୁଣି ଅପରାହଣ ୪ଟାରେ ମାଲକାନଗିରିରୁ ବାହାରି ମୋଟୁରେ ସନ୍ଧ୍ୟା ୭ଟାରେ ପହଞ୍ଚିବ ବୋଲି ଜଣାପଡ଼ିଛି । ରୋଗୀଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି । ')}

Leave a Reply