ପୋଲିସ ଚାକିରି ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକିନେଲେ

ଭୁବନେଶ୍ୱର: ପୋଲିସ ଚାକିରି ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦୁଇ ଜଣ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା।
୩୮ ଜଣ ଆଶାୟୀଙ୍କ ଠାରୁ ପାଖାପାଖି ଦେଢ଼ କୋଟି ଟଙ୍କା ଠକି ନେଇଥିଲେ ଏହି ଦୁଇ ଠକ। ପୋଲିସ ବିଭାଗର ସିପିଏସି ପରୀକ୍ଷାରେ ଚାକିରି କରାଇ ଦେବା ନାଁରେ କରିଥିଲେ ଠକେଇ। ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ଠକେଇ କରିଥିଲେ। ଗିରଫ ବେଳେ ୧୨ ଏଟିଏମ କାର୍ଡ଼, ଜାଲି ପରିଚୟ ପତ୍ର ଜବତ ହୋଇଛି।
ତେବେ ଅଭିଯୁକ୍ତ ମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।