spot_img

Latest Posts

ଧରାପଡ଼ିଲା ଲେଡି ୪୨୦ : ଦୁଇ ବର୍ଷ ପୋଲିସ ସହ ଲୁଚକାଳି ଖେଳିବା ପରେ ବନ୍ଧା ହେଲେ

ଭୁବନେଶ୍ବର :  ଧରାପଡ଼ିଲା ଲେଡି ୪୨୦ । ଦୁଇ ବର୍ଷ ପୋଲିସ ସହ ଲୁଚକାଳି ଖେଳିବା ପରେ ବନ୍ଧା ହେଲେ ଠକ ମହିଳା । ରାଜଧାନୀର ବିଭିନ୍ନ ମହିଳା ସଂଗଠନ ପାଖରୁ ୧୫ଲକ୍ଷରୁ ଅଧିକ ଟଙ୍କା ଠକେଇ କରି ଫେରାର ଥିଲେ ମହିଳା ଜଣଙ୍କ । ମହିଳା ଜଣଙ୍କ ଭୁବନେଶ୍ୱର ଆସିଥିବା ବେଳେ ଗିରଫ କଲା ବଡଗଡ଼ ଥାନା ପୋଲିସ । ବାଣପୁର ଅଞ୍ଚଳର ତନୁଜା ରାଣି ପାତ୍ରକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଦୁଇ ବର୍ଷ ପୂର୍ବେ ବରଗଡ଼ ବ୍ରିଟ କଲୋନୀ ଅଞ୍ଚଳରେ ଏକ ମହିଳା ଗୋଷ୍ଠିରୁ ବିଭିନ୍ନ ଆଳ ଦେଖାଇ ୧୫ ଲକ୍ଷ ଟଙ୍କା ନେଇ ଧରାଛୁଆଁ ଦେଉନଥିଲେ ଏହି ମହିଳା ଜଣଙ୍କ । ଏନେଇ ବଡଗଡ ଥାନାରେ ଏକ ଅଭିଯୋଗ ହୋଇଥିଲା । ତେବେ ଠକ ମହିଳାଙ୍କ ନାଁରେ ବାଣପୁର ଥାନା ଓ ବଡଗଡ ଥାନାରେ ଦୁଇଟି କେସ ରହିଛି । ମହିଳା ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ ।

Latest Posts

Don't Miss