spot_img

Latest Posts

ରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଏମବିକେ ପୋଷ୍ଟରେ ଜାଲିଆତି

କେନ୍ଦ୍ରପଡା: କେନ୍ଦ୍ରପଡା ଡେରାବିଶରେ ବଢ଼ି ଚାଲିଛି ସରକାରୀ ଚାକିରି ପାଇଥିବା ଜାଲ ସାର୍ଟିଫିକେଟଧାରୀଙ୍କ ସଂଖ୍ଯା। ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତର ଏମବିକେ ପୋଷ୍ଟ ପାଇଥିବା ସ୍ୱୟଂପ୍ରଭା ମିଶ୍ରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ବେଲେଶ୍ବର ମହାଦେବ ସଂସ୍କୃତ ମହାବିଦ୍ୟାଳୟର ନାଁକୁ ବ୍ୟବହାର କରି ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଜରିଆରେ ଚାକିରି ପାଇଥିବା ନେଇ ଅଭିଯୋଗ ହୋଇଛି। ଜଅଁରା ବାରିମୂଳର ଏମବିକେ ପୋଷ୍ଟ ଏମବିକେ ଲାଗି ସ୍ବୟଂପ୍ରଭା ଦେଢ ବର୍ଷ ତଳେ ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିଲେ। କିନ୍ତୁ ଆର୍ଟିଆଇ ତଥ୍ୟ ଘଟଣାର ପର୍ଦ୍ଦାଫାଶ କରାଇବା ପରେ ଏମବିକେ ସ୍ୱୟଂପ୍ରଭା ପ୍ରଭା ମିଶ୍ରଙ୍କ ଉପରେ ଡେରାବିଶ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ପରେ ଏମବିକେ ପୋଷ୍ଟରୁ ସ୍ବୟଂପ୍ରଭା ଇସ୍ତଫା ଦେଇଛନ୍ତି।।

ଘଟଣାର କିଛି ଦିନ ପରେ ପୁଣି ଡେରାବିଶ ବ୍ଲକର ବସପୁର ପଞ୍ଚାୟତର ଏମବିକେ ପାର୍ବତୀ ଲେଙ୍କା ମଧ୍ୟ ସେହି ବେଲେଶ୍ୱର ମହାଦେବ ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତ ତିନି ତଥା ଶାସ୍ତ୍ରୀରେ କୃତକାର୍ଯ୍ୟ କରିଥିବାର ଏକ ନକଲି ସାର୍ଟିଫିକେଟ ତିଆରି କରି ବିଭାଗୀୟ କତୃପକ୍ଷଙ୍କୁ ଦେଇ ଦେଢ଼ ବର୍ଷ ହେବ ଏମବିକେ ପଦରେ ଚାକିରୀ କରୁଥିଲେ। ଚାକିରୀ ପାଇବାକୁ ଅନେକ ଗୁଡିଏ ଅନିୟମିତା ମଧ୍ୟ କରିଥିଲେ ପାର୍ବତୀ। କିନ୍ତୁ ସେହି ପଦ ପାଇଁ ଦ୍ଵିତୀୟ ସ୍ଥାନରେ ଥିବା ଲୋପିତା ସେନ ଆର୍ଟିଆଇରେ ତଥ୍ୟ ମଗାଇବା ସହ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଘଟଣାକୁ ଅନୁଧ୍ୟାନ କରି ଜାଲିଆତି ଓ ଅନିୟମିତତା କରିଥିବା ପାର୍ବତୀ ଲେଙ୍କାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ବେଲେଶ୍ୱର ମହାଦେବ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବଳ ମଧ୍ୟ ପାର୍ବତୀ ଲେଙ୍କା ଓ ସୋୟମ ପ୍ରଭା ମିଶ୍ର ତାଙ୍କ କଲେଜରେ ପଢିନାହାନ୍ତି କି ପରୀକ୍ଷା ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

Latest Posts

Don't Miss