ମିଛ ଡ଼ାଇରେକ୍ଟର, ସତ ଠକେଇ: ମଡ଼େଲିଂ କରିବାକୁ କହି ନେଇଗଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ମଡେଲିଂ କରିବାକୁ ଡାକିଲେ  । ବଡ଼ ଡାଇରେକ୍ଟର ବୋଲି ମଧ୍ୟ ପରିଚୟ ଦେଲେ  । ଏମିତିକି ବଲିଉଡରେ ସେ କାମ କରିଥିବା ପ୍ରଲୋଭନ ଦେଖାଇଲେ  । ବଡ଼ ପୋଷ୍ଟରରେ ନିଜ ଫଟୋ ଛାପିବାର ମୋହରେ ପଡିଗଲେ ଯୁବତୀ  । ଆଉ ଏହାପରେ ଲକ୍ଷାଧିକ ଟଙ୍କା ଠକିନେଇ ଫେରାର ହୋଇଗଲେ ଜଣେ ଯୁବକ  । ଏମିତି କିଛି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ  ।

ଜଣେ ଯୁବକ ନିଜକୁ ବଲିଉଡର ଡାଇରେକ୍ଟର ପରିଚୟ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କା  । ଯୁବତୀଙ୍କୁ ମଡ଼େଲିଂ କରିବାର ପ୍ରଲୋଭନ ଦେଖାଇ ଚୂନ ଲଗାଇଛନ୍ତି  । ନିଜର ଗୋଟିଏ ୱେବ ଚ୍ୟାନେଲ ଥିବା ସହ ସେ ଅନେକ ଫିଲ୍ମରେ ଡାଇରେକ୍ଟର ଥିବାର ପରିଚୟ ଦେଇଥିଲେ  । ଆଡ଼ ସୁଟ କରିବାର ଆଶା ଦେଖାଇ ୧୦ ଜଣ ଯୁବତୀ ଓ ୮ ଜଣ ଯୁବକଙ୍କ ଠାରୁ ୮୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଅଭିଯୋଗ ହୋଇଛି  ।

ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଏହି ଯୁବକ, ଯୁବତୀ  । ଉକ୍ତ ଠାକ ଡାଇରେକ୍ଟରକୁ ଧରିବା ସହ ଠକି ନେଇଥିବା ଟଙ୍କା ଫେରି ପାଇବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ତେବେ ପୋଲିସ ଏହି ଘଟଣାରେ କଣ ପଦକ୍ଷେପ ନେଉଛି  । ଏହି ଘଟଣାକୁ କେତେଦୂର ଗୁରୁତ୍ୱର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା  ପରବର୍ତ୍ତୀ ସମୟରେ ଜଣା ପଡ଼ିବ  ।

Leave a Reply