ଅରଟେଲ୍ ନାଁରେ ୨୩ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ: ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ
1 min readଭୁବନେଶ୍ୱର: କାଠଗଡ଼ାରେ ଅରଟେଲ କମ୍ୟୁନିକେସନ୍ । ଦୀର୍ଘ ବର୍ଷ କାମ କରିବା ପରେ ବକେୟା ଟଙ୍କା ପ୍ରଦାନରେ ଟାଳଟୁଳ ନୀତି । ପ୍ରାୟ ୨୩ ଲକ୍ଷ ଟଙ୍କା ବକେୟା ପ୍ରଦାନ କ୍ଷେତ୍ରରେ ନିଜ ଅଧିନରେ ଥିବା ଟ୍ରାନ୍ସପୋର୍ଟ କମ୍ପାନୀକୁ ଠକିଛି ଅରଟେଲ୍ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଟ୍ରାନ୍ସପୋର୍ଟର । ଏହାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । । ମାମଲା ପରେ ଅଭିଯୋଗକୁ ଆଧାର କରି ତଦନ୍ତ କରିବା ସହ ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଛି । ଅରଟେଲର ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାଁ ରେ ମାମଲା ରୁଜୁ କରାଯାଇ ତଦନ୍ତ ହେଉଛି । ଏ ନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ ।