ଟ୍ରମ୍ପଙ୍କୁ ବନ୍ଧୁତାର ଫାଇଦା : ଫ୍ରାନ୍ସ ଔଷଧ କମ୍ପାନୀ କରୋନା ଭ୍ୟାକ୍ସିନ୍ ଆଗ ଆମେରିକାକୁ ଦେବ !

1 min read

ୱାସିଂଟନ: ଖରାପ ସମୟରେ ବନ୍ଧୁ ମାନେ ହିଁ କାମରେ ଆସନ୍ତି । କରୋନା ମାଡରେ ବେହାଲ ଆମେରିକା ଓ ଟ୍ରମ୍ପଙ୍କୁ ତାଙ୍କ ପୁରୁଣା ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କରୋନା ଭ୍ୟାକ୍ସିନ୍ ତିଆରି କରୁଥିବା  ଫ୍ରାନ୍ସର ଏକ ଔଷଧ କମ୍ପାନୀ କହିଛି ଯେ, ଆମେରିକାକୁ ଆଗ ଭ୍ୟାକ୍ସିନ୍ ଦେବୁ । କାରଣ ହେଉଛି ଏହି କମ୍ପାନୀରେ ଟ୍ରମ୍ପ ନିବେଶ କରିଛନ୍ତି ।

 

ସୈନୋଫି ନାମକ ଏହି କମ୍ପାନୀ କହିଛି ଯେ, ଆମେ ଆମ ଭ୍ୟାକ୍ସିନକୁ ଫ୍ରଥମେ ଆମେରିକାକୁ ଦେବୁ । କେଇ ସପ୍ତାହ ତଳେ ଏକ ଆମେରିକୀୟ ଖବର କାଗଜ ଦାବି କରିଥିଲା ଯେ,ଏହି କମ୍ପାନୀରେ ଟ୍ରମ୍ପ ନିବେଶ କରିଛନ୍ତି । ସମ୍ଭବତଃ ଏହି କାରଣରୁ ସୈନୋଫି ଆମେରିକାକୁ ପ୍ରଥମେ ଭ୍ୟାକ୍ସିନ୍ ଦେବାକୁ କଥା ଦେଇଛି ।

ସୈନୋଫି କମ୍ପାନୀର ସିଇଓ ପଲ ହଡସନ୍ ବ୍ଲୁମବର୍ଗ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମେରିକା କମ୍ପାନୀରେ ବହୁତ ଅଧିକ ନିବେଶ କରିଛି । ତେଣୁ ଆମ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା କରୋନା ଭାଇରସ ଉପରେ ଆମେରିକାର ପ୍ରଥମ ଅଧିକାର ରହିଛି ।

ପଲ୍ ହଡସନ୍ ଏହି ଚେତାବନୀ ମଧ୍ୟ ଦେଇଛନ୍ତି ଯେ, କରୋନା ଭ୍ୟାକ୍ସିନ୍ ନିବେଶ ମାମଲାରେ ୟୁରୋପ,ଆମେରିକାଠାରୁ ଢେର ପଛରେ ଅଛି । ଆମେରିକା ଫେବୃଆରି ମାସରେ ସୈନୋଫିରେ ନିବେଶ କରିଥିଲା । ଏହାସହ ଆମେରିକା ମଧ୍ୟ ସୈନୋଫିକୁ ପ୍ରିଅର୍ଡର ମଧ୍ୟ ଦେଇଥିଲା ।

ସୈନୋଫି ଦୁନିଆର ସେଇ ବଡ କମ୍ପାନୀଙ୍କ ମଧ୍ୟରୁ ଗୋଟିଏ ଯାହା ବର୍ତ୍ତମାନ କରୋନା ଭ୍ୟାକ୍ସିନ୍ ବିକାଶ କରିବା ଦିଗରେ କାମ କରୁଛି । ଆମେରିକାର କହିବା ପରେ ଏହି କମ୍ପାନୀ ନିଜ ପ୍ରତିଦ୍ୱନ୍ଦ୍ୱି ଗ୍ଲେକ୍ସୋସ୍ମିଥକ୍ଲାଇନ୍ ସହ ବୁଝାମଣା କରିଛି । ଉଭୟ ମିଳିତ ଭାବେ ବାର୍ଷିକ ୬୦ କୋଟି ଭ୍ୟାକ୍ସିନ୍ ତିଆରି କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ଆମେରିକାର ବାୟୋମେଡିକାଲ ଏଡଭାନ୍ସଡ୍ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଅଥରିଟି ବା (BARDA) ସୈନୋଫିକୁ କରୋନା ଭ୍ୟାକ୍ସିନ୍ ବିକଶିତ କରିବାକୁ ୩୦ ମିଲିୟନା ଡଲାର (ଭାରତୀୟ ମୁଦ୍ରାରେ ୨୨୬କୋଟି ଟଙ୍କା) ଦେଇଛି ।

Leave a Reply