ଡ୍ରାଗନ୍ ଡରାଉନି ବରଂ ଡରୁଛି, ଚୀନ୍ ସେନା ଦେଖିବାକୁ ଶକ୍ତିଶାଳୀ ହେଲେ ଅସଲରେ…
1 min readନୂଆଦିଲ୍ଲୀ: ଫମ୍ପା ମାଠିଆର ଶବ୍ଦ ବେଶି । ଏକ ଜାତୀୟ ଗଣମାଧ୍ୟମର କହିବାନୁଯାୟୀ ଚାଇନା ପାଖରେ ଯେତିକି ଶକ୍ତି ନାହିଁ ତାଠାରୁ ଢ଼େର୍ ଅଧିକ ସେ ଦେଖେଇ ହେଉଛି । ଭାରତରେ ସମସ୍ତେ ଜାଣନ୍ତି ଚାଇନା ମାଲ ମାନେ ନୋ ଗ୍ୟାରେଣ୍ଟି, ନୋ ଓ୍ୱାରେଣ୍ଟି । ଚାଇନା ମାଲ୍ ଦେଖିବାକୁ ଉପରୁ ଚିକ୍କଣ ହେଲେ ଭିତରୁ ଯେମିତି ଫମ୍ପା ଥାଏ ଠିକ୍ ସେହିଭଳି ଚାଇନାର ଶକ୍ତି ପ୍ରଦର୍ଶନ ଦୂରରୁ ଦେଖିବାକୁ ଭଲ ଲାଗେ । କିନ୍ତୁ ଭିତର ଫମ୍ପା ଥାଏ ।
କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଶାସନରେ ଥିବା ଚୀନ୍ ଧୋକା ଦେବାରେ ସିଦ୍ଧହସ୍ତ । ସୀମା ବିସ୍ତାର ଏବଂ ନିଜ ହୀନ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ସାରା ବିଶ୍ୱକୁ ଧୋକା ଦେଇଚାଲିଛି ଚୀନ୍ । ସବୁଠାରୁ ବଡ଼ କଥା ହେଲା ଚୀନ ଯେତେବେଳେ ନିଜର ଯୁଦ୍ଧାସ୍ତ୍ର ଏବଂ ମିସାଇଲ ସହ ମାର୍ଚ୍ଚ କରେ, ସେତେବେଳେ ଯେ କେହି କହିବ ଯେ ଏହି ସେନାକୁ କେହି ପରାସ୍ତ କରିପାରିବେ ନାହିଁ । କିନ୍ତୁ ବାସ୍ତବରେ ଚୀନର ପିପୁଲ୍ସ ଲିବେରେସନ୍ ଆର୍ମୀ (ପିଏଲଏ) ଏକ ଫମ୍ପା ମାଠିଆ । ପିଏଲଏ ଦିନକୁ ଦିନ ଭିତରୁ ଦୁର୍ବଳ ହେବାରେ ଲାଗିଛି । ଗତ ୩୫ ବର୍ଷ ଧରି ଜାରି ରହିଥିବା ୱାନ ଚାଇଲ୍ଡ ପଲିସି ଏବଂ ଦୁର୍ନୀତି ଚୀନ୍ ଆର୍ମୀକୁ ଭିତରୁ ଫମ୍ପା କରିଦେଇଥିବା କୁହାଯାଉଛି ।
ଏହି କାରଣରୁ ଏବେ ଭାରତ-ଚୀନ୍ ସୀମାରେ ବିବାଦ ଉପୁଜିଥିଲେ ମଧ୍ୟ ଚୀନ୍ ଚୁପ୍ ରହିବାକୁ ବାଧ୍ୟ ହେଉଛି ବୋଲି କୁହାଯାଇପାରେ । କାରଣ ଏପଟେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଆକାଶ ମାର୍ଗରେ ରଣ ହୁଙ୍କାର ଦେଇ କଡା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ହାବାର୍ଡ ୟୁନିଭର୍ସିଟିର ରିସର୍ଚ୍ଚ ଅନୁସାରେ ଚୀନ୍ର ଜେ ୧୦ ଲଢୁଆ ବିମାନ ତୁଳନାରେ ଭାରତର ମିରାଗ ୨୦୦୦ ଅଧିକ ଶକ୍ତିଶାଳୀ । ସୁଖୋଇ SU-30KMI ଚୀନ୍ର ସବୁ ଯୁଦ୍ଧ ବିମାନଠାରୁ ଆତ୍ୟାଧୁନିକ ରହିଛି । ଯଦି ଚୀନ ଯୁଦ୍ଧ ପାଇଁ ପାଦ ବଢାଏ ତେବେ ପିଏଲଏ ବଡ଼ ଅଡୁଆରେ ପଡିବ, ଯାହାର ଆଶଙ୍କା ଚୀନକୁ ମଧ୍ୟ ରହିଛି । ସେପଟେ ଭାରତ ସରକାର ଏଲ୍ଏସିରେ ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ୩ ସେନାଙ୍କୁ ପୂର୍ଣ୍ଣ ସ୍ୱାଧିନତା ପ୍ରଦାନ କରିବା ସହ ଆର୍ଥିକ ସ୍ୱାଧୀନତା ମଧ୍ୟ ଦେଇସାରିଛି । ଏହାସହ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ତିନି ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଚୀନ ସେନାକୁ ୧୯୭୯ ମସିହାରେ ଭିଏତନାମ ପରି ଛୋଟ ଦେଶ ମାତ ଦେବାରେ ସକ୍ଷମ ହୋଇଥିଲା । ଭିଏତନାମର କହିବାନୁଯାୟୀ ଯୁଦ୍ଧ ବେଳେ ସେ ଚୀନ ସେନାର ୬୨ ହଜାର ପିଏଲଏ ଯବାନଙ୍କୁ ନିପାତ କରିଥିଲା । ଏହାସହ ୫୫୦ରୁ ଅଧିକ ଗାଡ଼ି ଧ୍ୱଂସ କରିଥିଲା ।
ତେବେ ଏହାପରେ ମଧ୍ୟ ପିଏଲଏରେ କୌଣସି ସୁଧାର ଆସିନାହିଁ । ମାଓ ପରେ ଶାସନ ଭାର ସମ୍ଭାଳିଥିବା ଦେଙ୍ଗ ସିୟାଓ ପିଙ୍ଗ୍ଙ୍କ କାର୍ଯ୍ୟକାଳରେ ଭଷ୍ଟ୍ରାଚାର ଆହୁରି ଅ୍ରଧିକ ବଢ଼ିଥିଲା ଏବଂ ଦେଶକୁ ଭିତରୁ ଖୋଳ କରି ଚାଲିଥିଲା । ଏହା ପରେ ୨୦୧୨ରେ ସି ଜିନ୍ପିଙ୍ଗ ଶାସନ ଡୋରି ଧରିଥିଲେ । ସେହି ସମୟରେ ଚୀନର ଅବସ୍ଥା ଅତି ଶୋଚନୀୟ ଥିଲା । ଏମିତିକି ସେଣ୍ଟ୍ରାଲ ମିଲିଟାରି କମିଶନର ଦୁଇ ଭାଇସ୍ ଚେୟାରମ୍ୟାନଙ୍କୁ ସରକାରଙ୍କୁ ବାହର କରିବାକୁ ପଡିଥିଲା ।
ଖାଲି ସେତିକି ନୁହେଁ ସମୟାନୁକ୍ରମେ ୧୦୦ରୁ ଅଧିକ ଜେନେରାଲଙ୍କୁ ପରେ ପରେ ସେନାରୁ ବାହାର କରାଯାଇଥିଲା । ପାକିସ୍ତାନ ସେନା ମୁଖିଆ ମାନେ ଯେଭଳି ସୌଖିନ୍ ଭରା ଜୀବନ ଯାପନ କରୁଛନ୍ତି ଠିକ୍ ସେହିଭଳି ଚୀନ୍ର ସେନା ମୁଖିଆ ମାନେ ମଧ୍ୟ ସୌଖିନ୍ ଜୀବନ ଯାପନ କରୁଛନ୍ତି । ଆଉ ଏହି ସେନା ମୁଖିଆମାନେ ନିଜ ଇଚ୍ଛାରେ ଦେଶ ଚଳାଉଛନ୍ତି ଏବଂ ଭଷ୍ଟ୍ରାଚାର ମଧ୍ୟ ଚଳାଇଛନ୍ତି । ଏହି କାରଣରୁ ପାକିସ୍ତାନ ସହ ଚାଇନାର ଭଲ ସମ୍ପର୍କ ରହିଛି ।