ପୁରୀ ସହରରେ ବିଲୁଆ ଆତଙ୍କ

ଫୁରୀ: ପୁରୀ ସହରରେ ବିଲୁଆ ଆତଙ୍କ । କଳିକାଦେବୀ ସାହି ଅଂଚଳରେ ବୁଲୁଛନ୍ତି ଦଳ ଦଳ ବିଲୁଆ । ସ୍ଥାନୀୟ ବାସିନ୍ଦା ଆତଙ୍କିତ ଥିବା ବେଳେ ବନବିଭାଗ ଓ ପ୍ରଶାସନର ସହଯୋଗ କାମନା କରିଛନ୍ତି । ବିଲୁଆ ସାହି ମଧ୍ୟରେ ଥିବା ଗୋହରିରେ ଚଳପ୍ରଚଳ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ମା ଦକ୍ଷିଣକାଳୀ ମନ୍ଦିର ସଲଗ୍ନ ଅଞ୍ଚଳରେ ବିଲୁଆ ବୁଲୁଥିବା କହିଛନ୍ତି ଲୋକେ । ରାତିରେ ଲୋକେ ଓ ଛୋଟ ପିଲାମାନେ ଯିବାଆସିବା କରୁଥିବାରୁ କାହାକୁ କାମୁଡି ପାରେ ବୋଲି ଆଶଂକା କରିଛନ୍ତି ସ୍ଥାନୀୟ ବାସିନ୍ଦା ।