ତୃତୀୟ ଲହର ପରେ ମାଡ଼ିଆସୁଛି ଚତୁର୍ଥ ଲହର !

1 min read

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ହେଉଥିବାରୁ ବର୍ତ୍ତମାନ ଦେଶବାସୀ ଏକପ୍ରକାର ଆସ୍ୱସ୍ଥି ଅନୁଭବ କରୁଛନ୍ତି କିନ୍ତୁ ଏହା ନୁହେଁ ଯେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ କମି ଯାଇଛି । ଆଇଆଇଟି କାନପୁରର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜୁନ୍ ମଧ୍ୟଭାଗରେ କିମ୍ବା ଶେଷଆଡ଼କୁ କରୋନାର ଚତୁର୍ଥ ଲହର ଆସିପାରେ।

ଆଇଆଇଟି କାନପୁରର ଗବେଷକମାନଙ୍କ ଏକ ଅଧ୍ୟୟନ ଅନୁସାରେ ଜୁନ୍ ୨୨ ତାରିଖ ଆଡ଼କୁ ‌ଭାରତରେ କୋଭିଡ୍-୧୯ର ଚତୁର୍ଥ ଲହର ଆରମ୍ଭ ହୋଇପାରେ ଏବଂ ଏହି ସଂକ୍ରମଣ ଅଗଷ୍ଟ ତୃତୀୟ ବା ଚତୁର୍ଥ ସପ୍ତାହ ଭିତରେ ଶିଖର ଛୁଇଁପାରେ । ଏପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ସମୀକ୍ଷା ହୋଇ ନ ଥିବା ଏହି ଅଧ୍ୟୟନରେ ଏକ ପାରିସଂଖ୍ୟିକ ମଡେଲର ବ୍ୟବହାର କରାଯାଇଛି, ଯେଉଁଥିରୁ ସମ୍ଭାବ୍ୟ ନୂଆ ଲହର ପ୍ରାୟ ଚାରି ମାସ ଯାଏ ରହିପାରେ ବୋଲି ଜଣାପଡ଼ିଛି।

ତେବେ ଆଇଆଇଟି କାନପୁରର ଗଣିତ ଓ ପରିସଂଖ୍ୟାନ ବିଭାଗର ଶବର ପରସାଦ ରାଜେଶଭାଇ, ଶୁଭ୍ର ଶଙ୍କର ଧର ଓ ଶଲଭଙ୍କ ନେତୃତ୍ବରେ ଗବେଷଣା ପରିଚାଳିତ ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ, ନୂଆ ଲହରର ତୀବ୍ରତା ସମ୍ଭାବ୍ୟ ନୂଆ ଭାରିଆଣ୍ଟର ଉଦ୍ଭବ ଓ ଦେଶରେ ଟିକାକରଣର ସ୍ଥିତି ଉପରେ ନିର୍ଭର କରେ।

ତେବେ ଆଉ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କରୋନାର ୪ର୍ଥ ଲହରରେ ଏହା ଦୁଇ ପ୍ରକାର ଭିନ୍ନ ଭିନ୍ନ ଭାରିଏଣ୍ଟରେ ଆସିପାରେ । ଜଦିଓ ଏହା ପୂର୍ବ ଭାରିଏଣ୍ଟ ଠାରୁ ଅଧିକ କି କମ୍ ମରାତ୍ମକ ସେନେଇ କୌଣସି ଅନୁମାନ କରାଯାଇ ପାରିନାହିଁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା ଯେ, ଆମେରିକାନ ଭାରିଏଣ୍ଟ ଅନ୍ତିମ କୋଭିଡ଼ ଭାରିଏଣ୍ଟ ନହୋଇପାରେ ଏବଂ ହୁଏତ ୪ର୍ଥ ଲହରରେ କୋଭିଡ଼ର ଆଉ ଏକ ଭାରିଏଣ୍ଟ ଅଧିକ ମାରାତ୍ମକ ହୋଇପାରେ ।

Leave a Reply