ଶାନ୍ତି ଶୃଙ୍ଖଳା ସହ ସରିଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍, ୨ଟି ସ୍ଥାନରେ ବାଲାଟରେ ତ୍ରୁଟି

1 min read

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ସରିଛି ଭୋଟ୍ ଗ୍ରହଣ । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କୌଣସି ସ୍ଥାନରେ ହିଂସା ଦେଖା ଦେଇନଥିବା ବେଳେ ୨ଟି ସ୍ଥାନରେ ବାଲାଟ ପେପରରେ ତ୍ରୁଟି କାରଣରୁ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦ୍ରାପଡ଼ାରେ ଗୋଟିଏ ସ୍ଥାନରେ ସରପଞ୍ଚ ଓ ଯାଜପୁରରେ ଓ୍ବାର୍ଡ ମେମ୍ବର ଭୋଟ ସ୍ଥଗିତ ରଖାଯାଇଛି।

ସେପଟେ ଆସନ୍ତାକାଲି ୪୫ଟି ବୁଥରେ ରି-ପୋଲିଂ ହେବ। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନ। ରି-ପୋଲିଂ ଭୋଟ୍ ପରେ ବାଲଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ଏସବୁକୁ ସୁରକ୍ଷିତ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ହୋଇପାରିନଥିବା ୩୦ଟି ବୁଥରେ ୨୫ ତାରିଖରେ ପୁଣି ଥରେ ନିର୍ବାଚନ ହେବ ।

Leave a Reply