ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ୧୨ ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ଏଠାରେ ୯ ହଜାର ମହିଳା ପାଇଛନ୍ତି ପ୍ରଥମ କିସ୍ତି । ୩ ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହେଇଛି ।

ଏଠାରେ ପାନୀୟ ଜଳ ଓ ସ୍କୁଲ ସମସ୍ୟା, ଇଣ୍ଟରନେଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ । ପ୍ରସ୍ତୁତି ଚାଲିଛି, ସମସ୍ତଙ୍କୁ ସୁଯୋଗ ଦିଆଯିବ । ଯାଞ୍ଚରେ ଟିକିଏ ଡେରି ହେଇଛି । ୩୦ ତାରିଖ ସୁଦ୍ଧା ସବୁ ସାରିବାକୁ ଲକ୍ଷ୍ୟ ରହିଛି । ସବୁ ଭେରିଫିକେସନ୍ ଯଦି ସରିଲା ଜାନୁଆରୀରେ ମିଳିବା ଆଶା ରହିଛି ।

ନଜର ପକାନ୍ତୁ