ବାରମୁଳାରେ ଆତଙ୍କବାଦୀଙ୍କୁ କଡ଼ା ପ୍ରହାର, ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

1 min read

ଶ୍ରୀନଗର: ଅଶାନ୍ତ ଜମ୍ମୁ-କଶ୍ମୀର । ୨୪ ଘଣ୍ଟାରେ ୪ ଆତଙ୍କବାଦୀ ସଫା । ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାରାମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ନିହତ ହୋଇଛନ୍ତି ୪ ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସୁଞ୍ଜୱାନ ଆର୍ମି କ୍ୟାଣ୍ଟନମେଣ୍ଟ ନିକଟରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଏନକାଉଣ୍ଟର ବେଳେ ସିଆଇଏସଏଫର ଏଏସଆଇ ସହିଦ ହୋଇଛନ୍ତି । ଏହା ସହ ୨ ଯବାନ ଆହତ ହୋଇଛନ୍ତି ।

୨୦୧୮ ଫେବ୍ରୁଆରୀରେ ସିଞ୍ଜୁଆନ ଆର୍ମି କ୍ୟାଣ୍ଟନମେଣ୍ଟରେ ଆତଙ୍କବାଦ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିଲା । ଗତକାଲି ବାରାମୁଳା ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର କମାଣ୍ଡର ନିହତ ହୋଇଥିଲା । ଗୁରୁବାର ସକାଳୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନ ଏବେ ବି ଜାରି ରହିଛି । ଆହୁରି ଆତଙ୍କବାଦ ଲୁଚି ରହିଥିବା ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ସକାଳୁଆ ସିଫ୍ଟ ପାଇଁ ଯାଉଥିବା ଛଢ଼ା କ୍ୟାମ୍ପ ନିକଟରେ ଯବାନଙ୍କୁ ଭୋର ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ । ତେବେ ସମସ୍ତ ଯବାନ ସୁରକ୍ଷିତ ଥିବା ବେଳେ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ।