ହତ୍ୟା ମାମଲା ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ବର: ହତ୍ଯା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ତଥ୍ଯ ପ୍ରମାଣ ସହ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି  ଭୁବନେଶ୍ବର ଏଡିଜେ କୋର୍ଟ ୨ ଏହି ରାୟ ଶୁଣାଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ଅଦାଲତ ।

୨୦୧୭ ମାର୍ଚ୍ଚ ୨ ତାରିଖ ରାତିରେ ଖୋର୍ଦ୍ଧା ଷଣ୍ଢପୁର ଅଞ୍ଚଳରେ ଅନୁପ ବେହେରାଙ୍କୁ ହତ୍ୟା କରାଯାଇଥିଲା । ଦୋକାନରେ ଶୋଇବା ପାଇଁ ଯାଉଥିବା ବେଳେ ହାଲୁ ବେହେରା, କାହ୍ନା ଓରଫ ମୃଣାଲ ବେହେରା, ଗୋପିଆ ଓରଫ ଗୋପିନାଥ ବେହେରା ଏବଂ ନାଲୁ ବେହେରା ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ ।

ଲୁହାରଡ, ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୪ ଦୋଷୀ । ଗୁରୁତର ଅବସ୍ଥାରେ ଅନୂପଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷାଣ କରିଥିଲେ। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।