ବାଗଦାଦରେ ଆମେରିକା ସେନା ଆଡ୍ଡା ଉପରେ ରକେଟ୍ ମାଡ଼

1 min read

ବାଗଦାଦ: ଥମୁନି ଇରାନ୍-ଆମେରିକା ମଧ୍ୟରେ ବିବାଦ । ପୁଣି ଥରେ ଆମେରିକା ସେନା କ୍ୟାମ୍ପ ଉପରେ ରକେଟ୍ ମାଡ଼ ହୋଇଛି । ଇରାକର ଉତ୍ତର ବାଗଦାଦରେ ଥିବା ଆମେରିକାର ଏୟାରବେସ୍ ଉପରେ ୪ଟି ରକେଟ୍ ମାଡ଼ ହୋଇଛି । ରବିବାର ରାତିରେ ହୋଇଥିବା ଏହି ଆକ୍ରମଣରେ ୪ ଇରାକୀ ଏୟାରମ୍ୟାନ ଆହତ ହୋଇଛନ୍ତି ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

ଆଜିକୁ ଠିକ୍ ୪ ଦିନ ଜାନୁଆରୀ ୮ ତାରିଖରେ ଆମେରିକା ଏୟାରବେସ୍ ଉପରେ ଇରାନ୍ ମିସାଇଲ୍ ମାଡ଼ କରିଥିଲା । ଇରାନର ଟପ୍ ନେତା କାସିମ୍ ସୁଲେମାନି ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଣିଥରେ ଇରାନ୍ ଆଟାକ କରିଥିବା କୁହାଯାଉଛି ।

୨ ଦେଶ ମଧ୍ୟରେ ରକେଟ୍ ମାଡ଼, ଉତ୍ତେଜନା ଭିତରେ ଇରାନ୍ ମିସାଇଲ ମାଡ଼ରେ ୟୁକ୍ରେନ୍ ବିମାନ କ୍ରାସ୍ ହୋଇଯାଇଥିଲା । ଯେଉଁଥିରେ ୧୭୬ ଯାତ୍ରୀ ମୃତ୍ୟୁବରଣ କରିଥିଲେ । ପ୍ରଥମେ ଇରାନ୍ ଏହାକୁ ଅସ୍ୱୀକାର କରୁଥିବା ବେଳେ ପରେ ମାନବୀୟ ଭୁଲ୍ ପାଇଁ ଅଘଟଣ ଘଟିଥିବା କହିଥିଲା । ଯାହାପରେ ତେହରାନରେ ଇରାନ ସରକାରଙ୍କ ବିରୋଧରେ ଲୋକେ ପ୍ରତିବାଦ କରୁଛନ୍ତି ।

ତେହେରାନରେ ବିମାନ ଦୁର୍ଘଟଣା, ବିମାନରେ ଥିଲେ ୧୮୦ଜଣ ଯାତ୍ରୀ

Leave a Reply