ମୋଦିଙ୍କ ହୁଙ୍କାର ରାଲିରେ ସିରିୟଲ ବ୍ଲାଷ୍ଟ ମାମଲାରେ ୪ ଜଣଙ୍କୁ ଫାଶି

1 min read

ପାଟଣା: ଐତିହାସିକ ପାଟଣା ଗାନ୍ଧି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲିରେ ହୋଇଥିବା ସିରିୟଲ ବୋମା ବିସ୍ଫୋରଣରେ ୪ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ । ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଦୁଇ ଜଣଙ୍କୁ ୧୦ ବର୍ଷ ଏବଂ ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସିରିୟଲ ବ୍ଲାଷ୍ଟର ବିଚାର କରି NIA ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

୨୭ ଅକ୍ଟୋବର ୨୦୧୩ରେ ଏହି ସିରିୟଲ ବ୍ଲାଷ୍ଟ ହୋଇଥିଲା । ଏହାର ଠିକ୍ ୮ ବର୍ଷ ପରେ ୨୭ ଅକ୍ଟୋବର ୨୦୨୧ରେ NIA ଅଦାଲତ ଦୁଇ ପକ୍ଷଙ୍କ ରାୟ ଶୁଣିବା ପରେ ରାୟ ଦେଇଥିଲେ । ସୋମାବର ରାୟର ଶୁଣାଣୀ ହୋଇଛି ।

୧୦ ଲୋକଙ୍କ ମୃତ୍ୟୁ ଘଟିଥିଲା

ମୋଦିଙ୍କ ହୁଙ୍କାର ରାଲି ସମୟରେ ଗାନ୍ଧି ମୈଦାନ ଓ ପଟଣା ଜଙ୍କସନର ପ୍ଲାଟଫର୍ମ ନମ୍ବର ୧୦ରେ ସିଲିୟଲ ବ୍ଲାଷ୍ଟ ହୋଇଥିଲା । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଥିଲେ । କୋର୍ଟ ୧୮୭ ସାକ୍ଷୀଙ୍କୁ ଶୁଣିବା ପରେ ଦୋଷୀଙ୍କ ବିରୋଧରେ ଦଣ୍ଡ ଘୋଷଣା କରିଛନ୍ତି ।

ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ରାଞ୍ଚିର ଇମତିଆଜ ଅନସାରୀ ସମେତ ୧୦ ଜଣଙ୍କ ବିରୋଧରେ ଏନଆଇଏ  ଚାର୍ଜସିଟ୍ ଦାଖଲ କରିଥିଲା । ଏବେ ସବୁ ଅପରାଧୀ ବେଓର ଜେଲରେ କଡା ସୁରକ୍ଷା ଭିତରେ ଅଛନ୍ତି।

କିଏ ପଇଲେ ଫାଶି ଦଣ୍ଡାଦେଶ ?

ଫାଶି ଦଣ୍ଡାଦେଶ ପାଇଥିବା ୪ ଅପରାଧୀ ହେଲେ ହାଇଦର ଅଲ୍ଲୀ, ନୋମାନ ଅନସାରୀ, ମହମ୍ମଦ ମୁଜିବୁଲ୍ଲାହ ଅନସାରୀ ଏବଂ ଇମତିଆଜ ଅନସାରୀ ।

ସେହିପରି ଉମର ସିଦ୍ଦିକି ଓ ଆଝାରୁଦ୍ଧିନ କୁରେସୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅହମଦ ହୁସେନ ଏବଂ ମହମ୍ମଦ ଫିରୋଜ ଅସଲମଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଇଫତେଖାର ଆଲମଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଏନଆଇଏ କୋର୍ଟ ।

୨୦୧୩ ଅକ୍ଟୋବର ୨୭ ତାରିଖରେ ପାଟଣା ଗାନ୍ଧି ମୈଦାନ କୋର୍ଟରେ ମାମଲା ରୁଜୁ ହୋଇଥିଲା । ୩୧ ଅକ୍ଟୋବର ୨୦୧୩ରେ ଏନଆଇଏ ମାମଲାର ତଦନ୍ତ ଆରମ୍ଭ କରିଥିଲା । ୧ ନଭେମ୍ବରକୁ ଦିଲ୍ଲୀ ଏନଆଇଏ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା । ଜଣେ ନାବାଳକ ସହ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଏନଆଇଏ । ବିଚାର ଭିତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିଲା । ଜୁଭିନାଇଲ ବୋର୍ଡରେ ଅଭିଯୁକ୍ତ ନାବାଳକଙ୍କୁ ପୂର୍ବରୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇ ସାରିଛନ୍ତି ।

Leave a Reply