ଘର ଭିତରେ ଜଳିଗଲେ ଗୋଟିଏ ପରିବାରର ୪ଜଣ

ରାୟଗଡ଼ା:  କଲ୍ୟାଣସିଙ୍ଗପୁର ବ୍ଳକ ଶିକରପାଇ ଗାଁରେ ଅଭାବନୀୟ ଘଟଣା । ଘର ଭିତରେ ଜଳିଗଲେ ଗୋଟିଏ ପରିବାରର ୪ଜଣ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ବେକେରୀର ମାଲିକ ଦୟାନିଧି ବେହେରାଙ୍କ ସହିତ ତାଙ୍କ ସ୍ତ୍ରୀ, ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି । ବେକେରୀ ମଧ୍ୟରେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବାବେଳେ ଏବେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।

ନିଜ ନିଜ ଦୋକାନରେ କାର୍ଯ୍ୟ କରୁଥିବେବେଳେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି  । ଏପରି ଏକ ଅଘଟଣ ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଛି  । କେଉଁ କାରଣରୁ ସର୍ଟ ସର୍କିଟ ଘଟିଲା ଯାହା ଫଳରେ ଏତେବଡ଼ ଅଘଟଣ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ  । ସେପଟେ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସମସ୍ତ ଲୋକ ଏବେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ  ରହିଛନ୍ତି  । ନିଆଁକୁ ଆୟତ୍ତ କରିବା ପରାଇଁ ସ୍ଥାନୀୟ ଲୋକ ଚେଷ୍ଟା କରିଥିବାବେଳେ ବିଫଳ ହୋଇଥିଲେ  । ସେପଟେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ  ।