ରବିବାର ହତ୍ୟା କରିଥିଲେ, ସୋମବାର ବାନ୍ଧିଲା ପୋଲିସ

ପୁରୀ: ରବିବାର ମର୍ଡର, ସୋମବାର ଗିରଫ । ବିକି ନାୟକ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ । ଚାରିଜଣ ଅଭିଯୁକ୍ତ ହେଲେ ଚନ୍ଦନ ଓରଫ୍ ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା, ପୂର୍ଣ୍ନଚନ୍ଦ୍ର ବେହେରା ଓ ଚିତ୍ତ ମହାରଣା ।
ଗତକାଲି ଅର୍ଥାତ ରବିବାର ଅପରାହ୍ନ ୪ଟା ସମୟରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପୁରୀ ଜଟିଆବାଜି ଛକର ବିକି ନାୟକକୁ ହାଡିସାହି ରାୟବାହାଦୁର ଲେନ୍ ନିକଟରେ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହଣିଥିଲେ ଅଭିଯୁକ୍ତ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତ ଫେରାର ରହିଥିଲେ । ସେପଟେ ସୋମବାର ସେମାନଙ୍କୁ ଗିରଫ କରାଯାଇଥିବାନେଇ ପୋଲିସ ସୂଚନା ଦେଇଛି ।