spot_img

Latest Posts

ଆଉ ୪ ଜଣ କରୋନା ସନ୍ଦିଗ୍ଧ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଆଉ ୪ ଜଣ କରୋନା ସନ୍ଦିଗ୍ଧ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ଏହି ୪ ଜଣ ସମସ୍ତେ ସନ୍ଦିଗ୍ଧ ଭୁବନେଶ୍ୱରର ବୋଲି ଜଣା ପଡିଛି । ୪ ଜଣଙ୍କ ଭିତରେ ୩ଜଣ ପୁଅ ଏବଂ ଜଣେ ଝିଅ ଅଛନ୍ତି। ସମ୍ପୃକ୍ତ ଝିଅ ୧୪ ଦିନ ପୂର୍ବେ ଇଟାଲିରୁ ଫେରିଛନ୍ତି।

କରୋନା: ଦ୍ୱିତୀୟ ପର୍ଯ୍ୟାୟରେ ହିଁ ଜିତିବାକୁ ହେବ ଯୁଦ୍ଧ

ସେମାନଙ୍କ ସ୍ୱାବ୍ ନମୂନା ଆଏମ୍‌ଆର୍‌ସି କୁ ପଠାଯାଇଛି। ଆଜି ସାନ୍ଧ୍ୟ ସୁଦ୍ଧା ରିପୋର୍ଟ ଆସିବ। ଏହା ସହ କ୍ୟାପିଟାଲ ହସ୍ପିଟାଲରେ ଆଉ ଏକ କରୋନା ଆଇସୋଲେସନ ୱାର୍ଡ ଖୋଲାଯିବ। ଏଥିପାଇଁ ଆଜିଠୁ କାମ ଆରମ୍ଭ ହୋଇଛି। ଯେଉଁଥିରେ ୧୫ଟି ବେଡ ରହିବ। ଖୁବଶୀଘ୍ର ଏହାର କାମ କାର୍ଯ୍ୟକ୍ଷମ ହେବ। ସୂଚନା ଦେଲେ କ୍ୟାପିଟାଲ ହସ୍ପିଟାଲ ଡେପୁଟି ସୁପରିଟେଣ୍ଡେଣ୍ଟ ଧନଞ୍ଜୟ ଦାସ।

Latest Posts

Don't Miss