କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ମାଓବାଦୀ ନିହତ
1 min read
ବାଲିଗୁଡ଼ା: ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି । ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀ ମାନେ ଆଧିପତ୍ୟ ବିସ୍ତାର କରିବା ସହ ବିଭିନ୍ନ ସମୟରେ ପୋଷ୍ଟର ମଧ୍ୟ ମାରୁଥିଲେ ।

୩ ଦିନ ତଳେ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକରମୀ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ପୋଲିସ ସୂତ୍ର ଅନୁଯାୟୀ କେକେବିଏନ୍ ସହ ଜଡ଼ିତ ‘ଦସାରୁ’ ଏରିଆ କମିଟିର ୧୫ରୁ ୨୦ ମାଓବାଦୀ ଏହି ଅଞ୍ଚଳରେ ରହୁଥିଲେ । ଗତ ସାଧାରଣ ନିର୍ବାଚନ ବେଳେ କେକେବିଏନ୍ ମାଓ ସଂଗଠନ ନିର୍ବାଚନରେ ବ୍ୟବହୃତ ୨ଟି ପୋଲିଂ ପାର୍ଟି ଗାଡ଼ି ମଧ୍ୟ ଜାଳି ଦେଇଥିଲେ ।