spot_img

Latest Posts

ଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ: ୪ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଭିଭାବକ

ଅନୁଗୁଳରେ ୪ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ ଅଭିଯୋଗ ଆଣିଲେ ଅଭିଭାବକ। ଅନୁଗୁଳ କଲେଜର ଚାରି ଜଣ ଅଧ୍ୟାପକଙ୍କ ବିରୁଦ୍ଧରେ ତିନି ଜଣ ଅଭିଭାବକ ମିଶି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଅଭିଯୋଗ ପତ୍ର ପଠାଇଥିବା ଜଣା ପଡ଼ିଛି। ପ୍ରାଣୀ ବିଜ୍ଞାନର ଦୁଇ ଅଧ୍ୟାପକ, ଉଭିଦ ବିଜ୍ଞାନ ଅଧ୍ୟାପକ ଏବଂ ଇଂରାଜୀ ବିଭାଗର ଅଧ୍ୟାପକଙ୍କ ନାମରେ ଏହି ସାଙ୍ଘାତିକ ଅଭିଯୋଗ ଆସିଛି। ଛାତ୍ରୀମାନଙ୍କୁ ଅଧ୍ୟାପକ ଅଶୋଭନୀୟ କଥାବାର୍ତ୍ତା କରିବା ସହ ମାନସିକ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି। କ୍ଲାସ ଏବଂ ଲାବୋରେଟୋରୀରେ ଏହି ସବୁ ଘଟଣା ଘଟିଛି। ଛାତ୍ରୀମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ଅଧ୍ୟାପକମାନେ ୧୫ ରୁ ୨୦ ବର୍ଷ ଧରି ଏଇ କଲେଜରେ ଅଛନ୍ତି। ତାଙ୍କୁ ବଦଳି କରାଯାଉ ନାହିଁ କାହିଁକି ବୋଲି ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ଗତ ଜାନୁଆରୀ ୧୩ ତାରିଖରେ ଅଭିଭାବକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ ତଦନ୍ତ ପାଇଁ ଅନୁଗୁଳ କଲେଜକୁ ଆସି ନଥିଲା କିପରି ବୋଲି ଏବେ ପ୍ରଶ୍ନ ଉଠିଛି। ସବୁଆଡୁ ଖୋଳତାଡ଼ ପରେ ଏବେ ଅଭିଭାବକଙ୍କ ଚିଠି ଉପରେ ତର୍ଜମା ଚାଲିଛି। ଏଥିନେଇ ଅନୁଗୁଳ କଲେଜର ପ୍ରିନ୍ସପାଲ ନିଲାଞ୍ଚଳ ପଟେଲଙ୍କୁ ପଚାରିବାରୁ ସେ ଏବେ ଘଟଣା ସମ୍ପର୍କରେ ଶୁଣିଥିବା କହିଛନ୍ତି। କୌଣସି ଅଭିଭାବକ ତାଙ୍କୁ ଭେଟି ନାହାନ୍ତି। ଘଟଣା ନେଇ ଆମେ ତଦନ୍ତ କରୁଛୁ ବୋଲି ପ୍ରିନ୍ସିପାଲ ପ୍ରକାଶ କରିଛନ୍ତି। ତେବେ ଗତ ସାତ ମାସ ଧରି ନିର୍ଯାତନା ନେଇ ଆସିଥିବା ଅଭିଯୋଗ ପତ୍ର ବା ଚିଠିକୁ କିଏ କାହିଁକି ଚାପି ରଖିଥିଲା ସେନେଇ ପ୍ରଶ୍ନ ଉଠିଛି। ଅଭିଯୋଗର ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Latest Posts

Don't Miss