ଟ୍ରାଙ୍କୁଲାଇଜ ବେଳେ ଆକ୍ରମଣ କଲା ହାତୀ, ୩ ଆହତ ମେଡ଼ିକାଲରେ ଭର୍ତ୍ତି

ଖୋର୍ଦ୍ଧା: ଟାଙ୍ଗୀରେ ହାତୀକୁ ଟ୍ରାଙ୍କୁଲାଇଜ୍ ବେଳେ ଅଘଟଣ । ଗୟାବନ୍ଧ ନିକଟ ମୁଣ୍ଡାଆମ୍ବ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟରଙ୍କ ସହ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଫରେଷ୍ଟର ଜଣକ ହେଲେ ଟାଙ୍ଗୀ ରେଞ୍ଜର ସିଦ୍ଧୁ ସିଂ । ଅନ୍ୟ ୨ ଜଣ ଟ୍ରାଙ୍କୁଲାଇଜ୍ ଟିମର ସଦସ୍ୟ ଥିବା ଜଣାପଡିଛି ।
ହାତୀ ସୁରକ୍ଷା ଓ ଗତି ବିଧୀ ଉପରେ ନଜର ରଖିବା ପାଇଁ ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । କିନ୍ତୁ ଏହି ସମୟରେ ଟ୍ରାଙ୍କୁଲାଇଜ୍ ଟିମକୁ ଆକ୍ରମଣ କରିଥିଲା ହାତୀ । ରବିବାର ହାତୀ ରାମୁ ଓ ମାଖେନା ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିଲେ । ସେପଟେ ହାତୀର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି ।