ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ୪ଟି ବିଭାଗର ମୋଟ୍‌ ୮ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ହାଇସ୍କୁଲ୍‌ଗୁଡ଼ିକର ମୃରାମୃତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ ଆଧାରରେ ଏହାକୁ ଅନୁମୋଦନ କରିଛି କ୍ୟାବିନେଟ୍‌ । ସେହିପରି ହଜ୍‌ କମିଟିକୁ ଭୁବନେଶ୍ୱରରେ ଶୂନ୍‌ ଦଶମିକ ୦.୨୨ ଡେସିମିଲ୍‌ ଜମି ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ କୈାଣସି ଷ୍ଟାମ୍ପ ଡ୍ୟୁଟି ଲାଗୁ ହେବ ନାହିଁ । ଡ୍ରେନେଜ୍‌ ଉନ୍ନତିକରଣ ଓ କେନାଲ୍‌ ମରାମତି ସଂପର୍କୀୟ ଦୁଇଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଅଚଳ ପଡିଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକର ପୁନରୁଦ୍ଧାରକୁ ମଧ୍ୟ ମିଳିଛି ଅନୁମୋଦନ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନୁଷ୍ଠାନଗୁଡ଼ିକୁ ଓଡ଼ିଶାରେ ଡାକ୍ତରଖାନା ଓ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ହୋଇଛି ନୂଆ ଗାଇଡ୍‌ଲାଇନ୍‌ । ଏହି ଗାଇଡ୍‌ଲାଇନ୍‌କୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି ।

Leave a Reply