୪ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଆଇଏଏସ ସ୍ତରରେ ପଦୋନ୍ନତି ଦେଲେ ରାଜ୍ୟ ସରକାର । ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ କରାଯାଇଛି ପଦୋନ୍ନତି । ୧୯୯୧ ବ୍ୟାଚର ଏହି ୪ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟା ପ୍ରଦାନ କରାଯାଇଛି । ଏଥି ମଧ୍ୟରେ ରହିଛନ୍ତି ଆଏଇଏସ ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ, ବିଜୟ ଆରୋରା ।