spot_img

Latest Posts

ଜୁନରୁ ନୂଆ ନିୟମ, ଏଣିକି ସପ୍ତାହକୁ ୪ ଦିନ ଅଫିସ୍

ଲଣ୍ଡନ: ବ୍ରିଟେନରେ କାର୍ଯ୍ୟକାରୀ ହେବ ସପ୍ତାହକୁ ୪ ଦିନିଆ କାର୍ଯ୍ୟନିର୍ଘଣ୍ଟ । ଆସନ୍ତା ଜୁନରୁ ଏହି ନିୟମ ଆରମ୍ଭ ହେବ । ଦେଶର ପ୍ରାୟ ୩୦ଟି କମ୍ପାନୀ ଏହି ନିୟମ ଟ୍ରାଏଲ ଭିତ୍ତିରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୬ ମାସ ପର୍ଯ୍ୟର୍ନ୍ତ ଏହି ପ୍ରକ୍ରିୟା ପରୀକ୍ଷାମୂଳକ ଭାବେ ଚାଲିବ । ସପ୍ତାହରେ ୩୨ ଘଣ୍ଟାର କାର୍ଯ୍ୟନିର୍ଘଣ୍ଟ ଯଦି ସଫଳ ହୁଏ ତେବେ ଅନ୍ୟାନ୍ୟ କମ୍ପାନୀ ଏହା ଆପଣାଇବା ସହଜ ହେବ । ତେବେ ବଡ କଥା ଏହା ଯେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟରେ ପରିବର୍ତ୍ତନ ହେବ ନାହିଁ ।

ବ୍ରିଟେନର ’Four Day Week’ କ୍ୟାମ୍ପେନର ନିର୍ଦ୍ଦେଶକ ଜୋ ରାଇଲେ କହିଛନ୍ତି ଏହି ନିୟମ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମଧ୍ୟରେ ଉତ୍ପାଦନଶୀଳତା ବୃଦ୍ଧି ପାଇବ । ଆମେରିକା, ଆର୍ୟଲାଣ୍ଡ, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି । ଏହି ନିୟମ କାର୍ଯ୍ୟକାରୀ ହେଲେ ପରିବେଶ ଓ ଲିଙ୍ଗଗତ ସମାନତା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ବ୍ୟବସ୍ଥା ପ୍ରତିଷ୍ଠା ହୋଇପାରିବ । ୪ ଦିନିଆ କାର୍ଯ୍ୟକାଳ ଭିତରେ ଏହାର ପ୍ରଭାବ ନେଇ ଗବେଷଣା କରାଯିବ । ସେପଟେ ଅଭିଯାନର ପ୍ରୋଗ୍ରାମ ମ୍ୟାନେଜର ଜୋ କର୍ନର କହିଛନ୍ତି କି ବର୍ତ୍ତମାନ କେତେ ଘଣ୍ଟା କର୍ମଚାରୀ କାମ କରୁଛନ୍ତି ତାହାକୁ କମ୍ପାନୀମାନେ ଗୁରୁତ୍ୱ ନଦେଇ କର୍ମଚାରୀ କେତେ କମ୍ ସମୟ ମଧ୍ୟରେ ନିଜର ସଫଳ ଆଉଟପୁଟ୍ ଦେଇପାରୁଛନ୍ତି ତାହା ପର୍ଯ୍ୟାଲୋଚନାର ଆବଶ୍ୟକତା ଦେଖାଦେଇଛି ବୋଲି ସେ କହିଛନ୍ତି ।

 

Latest Posts

Don't Miss