ବାଣ ଭିଡ଼ିବା ବେଳେ ଅଘଟଣ, ବିସ୍ଫୋରଣରେ ୪ ମୃତ

ଟାଙ୍ଗୀ: ଟାଙ୍ଗୀ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଦୋଳ ଯାତ୍ରା ପାଇଁ ବାଣ ଭିଡିବା ବେଳେ ବୋମା ବିସ୍ଫୋରଣ ହୋଇଛି। ତେବେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପଟେ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ଜାଗାରେ ବେଆଇନ ଭାବେ ବାଣ ଗୋଦାମ ଚାଲିଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି।