ସେବା ପାଇଁ ସମ୍ମାନ: ଓଡ଼ିଶାର ୪ ପୋଲିସଙ୍କୁ ମିଳିବ ଉତ୍କର୍ଷ ସେବା ପଦକ

ଭୁବନେଶ୍ୱର: କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ସମ୍ମାନ । ସ୍ୱାଧିନତା ଦିବସ ଉପଲକ୍ଷେ ସମ୍ମାନିତ ହେବେ ଓଡ଼ିଶାର ୪ ପୋଲିସ ଅଧିକାରୀ । ଓଡ଼ିଶାରୁ ୪ଜଣଙ୍କୁ ମିଳିବ ଉତ୍କର୍ଷ ସେବା ପଦକ । ରାଜ୍ୟର ୨ ଇନ୍ସପେକ୍ଟର ଓ ୨ସବ୍ ଇନ୍ସପେକ୍ଟରଙ୍କୁ ସମ୍ମାନୀତ କରାଯିବ । ଇନସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ ଏବଂ ଏସଆଇ ତୃପ୍ତିରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁଙ୍କୁ ମିଳିବ ଉତ୍କର୍ଷ ସେବା ପଦକ ।
ସାରାଦେଶରେ ୧୫୨ ପୋଲିସ ଅଧିକାରୀଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ରହିଛନ୍ତି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । କର୍ତ୍ତବ୍ୟକୁ ସୂଚାରୁ ରୂପେ ପ୍ରତିପାଦିତ କରିଥିବା ଓଡ଼ିଶାର ଏହି ୪ ପୋଲିସ ଅଧିକାରୀ ସମ୍ମାନିତ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।