ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ବାଣିଜ୍ୟିକ କୋର୍ଟ

ଭୁବନେଶ୍ୱର: ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ବାଣିଜ୍ୟିକ ମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି । ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତାର ପ୍ରୟୋଗ କରାଯାଇଛି । ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶ ଦିଆଯାଇଛି ।

କଟକ ସଦର , ଭୁବନେଶ୍ୱର,  ବ୍ରହ୍ମପୁରରେ ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ ( ସିନିୟର ଡିଭିଜନ ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ବର୍ତମାନ ବିଦ୍ୟମାନ ଥିବା ସେହି କୋର୍ଟ ଗୁଡ଼ିକ ସହିତ ପ୍ରତିଷ୍ଠିତ ହେବ । ଏହି ବାଣିଜ୍ୟିକ କୋର୍ଟ ଗୁଡ଼ିକର ସ୍ଥାନୀୟ ସୀମା ଯଥାକ୍ରମେ କଟକ , ଅନୁଗୋଳ, ଢେଙ୍କାନାଳ, ଜାଜପୁର ଏବଂ ଖୋର୍ଦ୍ଧା ଓ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଏବଂ ଗଜପତି ଜଜ୍ ସିପ୍ ଗୁଡ଼ିକର ଅଧିକାରିତାରେ ସୀମିତ ରହିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏନେଇ ବିଧି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply