ଯୁବତୀଙ୍କୁ ଦେଖା କରିବାକୁ ଆସି ଛେଚା ଖାଇଲେ ଚାରି ଯୁବକ

ଭୁବନେଶ୍ୱର:  ରାତି ଅଧରେ ଯୁବତୀଙ୍କୁ ଦେଖା କରିବାକୁ ଆସି ଛେଚା ଖାଇଲେ ଚାରି ଯୁବକ । ଚୋର ସନ୍ଦେହରେ ନିସ୍ତୁକ ଛେଚିଲେ ଗାଁ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ପୋଇଝାରୀ ଗାଁରେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗାଁର ୨ ଜଣଙ୍କ ଘରେ ୬ ଜଣ ଯୁବକ ପଶିଥିଲେ । ଏହି ସମୟରେ ପରିବାର ଲୋକ ସମସ୍ତଙ୍କୁ କାବୁ କରିଥିଲେ । ଘଟଣାସ୍ଥଳରୁ ୨ଜଣ ଖସି ଯାଇଥିବାବେଳେ ୪ଜଣଙ୍କୁ କାବୁ କରି ନିସ୍ତୁକ ମାଡ ମାରିଛନ୍ତି ଗାଁ ଲୋକ । ରାସ୍ତାରେ ସମସ୍ତଙ୍କୁ ବାନ୍ଧି ଆଣ୍ଠେଇ ଦେଇ ଗାଁ ଲୋକ ମାଡ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରିଛି । ୪ ଅଭିଯୁକ୍ତ ହେଲେ ନହରକଣ୍ଟା ଅଞ୍ଚଳର ସଂଗ୍ରାମ ବେହେରା, ଚନ୍ଦନ ବେହେରା, ବାଦଲ ଭୋଇ ଏବଂ ରାହୁଲ ଭୋଇ । ସେମାନଙ୍କଠାରୁ ୨ ଟି ବାଇକ ଜବତ ହୋଇଛି । ତେବେ ଜଣେ ଯୁବତୀଙ୍କୁ ଦେଖା କରିବାକୁ ଆସି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୁକ୍ତ ମାନେ ପୋଲିସ ଆଗରେ ପ୍ରକାଶ କରିଛନ୍ତି ।

Leave a Reply