ଧରା ପଡ଼ିଲେ ସକିଲ୍ ଗ୍ୟାଙ୍ଗର ୪ ଅପରାଧୀ, ବନ୍ଧୁକ ଦେଖାଇ ଦାଦାବଟି ନେବାକୁ କରୁଥିଲେ ଉଦ୍ୟମ……..

କଟକ : ଦାଦାବଟି ମାଗିଲେ, ନଦେବାରୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଲେ । ଏଭଳି ଘଟଣା ଘଟିଛି କଟକ ସହରରେ । ତେବେ ଏସବୁ କଟକ ସହରରେ ନୂଆ ନହେଲେ ମଧ୍ୟ ଏଥର ପୋଲିସ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସକିଲ୍ ଗାଙ୍ଗର ପ୍ରାଦୂର୍ଭାବରେ କଟକ ସହରରେ ଏମିତି ବଟି ଆଦାୟ ହୁଏ । ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧୬ ତାରିଖରେ କଟକ ସହରର  କିଛି ବ୍ୟବସାୟୀଙ୍କ ପାଖରେ ପହଞ୍ଚି ଦୁଇ ଦୁର୍ବୁତ୍ତ ୧ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଗ୍ୟାଙ୍ଗଷ୍ଟର ସକିଲର ଇଙ୍ଗିତରେ ଏଭଳି ହେଉଥିବା ବ୍ୟବସାୟମାନଙ୍କୁ କହି ଧମକାଇଥିଲେ ।

ଏହାପରେ ବ୍ୟବସାୟୀ ଟଙ୍କା ଦେବାକୁ ମନା କରିବା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଦାଦାବଟି ଦେବା ପାଇଁ ବାଧ୍ୟ କରିଥିଲେ। ପରେ ଘଟଣାର ଚର୍ଚ୍ଚା ସହରରେ ବଢିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା । ଏହି କ୍ରମରେ ଆଜି ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୋଟିଏ ପିସ୍ତଲ, ମଟୋର ସାଇକଲ ଓ ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି । ତେବେ ଗ୍ୟାଙ୍ଗର ଅନ୍ୟ ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ବୋଲି ସୂଚନା ମିଳିଛି ।

Leave a Reply