ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ନେଇ ପାକ୍ ସାମ୍ବାଦିକଙ୍କ ଟିପ୍ପଣୀ, ଦେଶରେ ଝଡ଼
1 min readନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଏବେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ଜଣେ ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜାଙ୍କ ଖୁଲାସା ପରେ ଭାରତରେ ଝଡ଼ ସୃଷ୍ଟି ହୋଇଛି । ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାରରେ ଆସି ସାମ୍ବାଦିକ ନୁସରତ ମିର୍ଜା ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ତତ୍କାଳୀନ ଉପ ରାଷ୍ଟ୍ରପତି ହମିଦ ଅନସାରୀ ଏବଂ ଏକ ଇଂରାଜୀ ଖବରକାଗଜ ମିଲି ଗ୍ୟାଜେଟର ସଂସ୍ଥାପକ ଜଫରୁଲ ଇସଲାମ ଖାନଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଯାଇଥିଲେ ।
ସେ ସମୟରେ ତାଙ୍କୁ ଭାରତରେ ଅନେକ ସମ୍ବେଦନଶୀଳ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସବୁ ଗୁଇନ୍ଦା ସୂଚନାକୁ ସେ ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇକୁ ହସ୍ତାନ୍ତର କରିଥିବା କଥା ସ୍ୱୀକାର କରିଛନ୍ତି । ମିର୍ଜାଙ୍କ ଏହି ଦାବି ପରେ ସାମାଜିକ ଗଣମାଧ୍ୟମରେ ହଙ୍ଗାମା ସୃଷ୍ଟି ହୋଇଛି ।
EXPLOSIVE!
Nusrat Mirza, a Pakistani columnist who has visited India many times during the Congress rule boasts on camera that he used to pass on information collected during his visits to the ISI, claims he was invited by Hamid Ansari and the Milli Gazette’s Zafarul Islam Khan. pic.twitter.com/6Rrn3xvRJu
— Sonam Mahajan (@AsYouNotWish) July 10, 2022
ଟ୍ୱିଟରରେ ଭାରତୀୟ ୟୁଜରମାନେ ହମିଦ ଅନସାରୀ ଏବଂ ଜଫରୁଲ ଇସ୍ଲାମଙ୍କୁ ଭର୍ସନା କରୁଛନ୍ତି । ତେବେ ଏହି ଘଟଣା ୨୦୧୧ ମସିହାର ଘଟିଥିଲା । ସେ ମସୟରେ କଂଗ୍ରେସ ସରକାର ଅର୍ଥାତ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ । ଟ୍ୱିଟରରେ ବିଜେପି ନେତା ଓ ଅନ୍ୟମାନେ ଏହି ସାକ୍ଷାତକାରର ଭିଡିଓ ଟ୍ୱିଟ କରି କଂଗ୍ରେସ ଦଳ ଏବଂ ହମିଦ ଅନସାରୀଙ୍କୁ ଦେଶଦ୍ରୋହୀ କହିଛନ୍ତି । ଉପରାଷ୍ଟ୍ରପତି ରହିଥିଲେ ମଧ୍ୟ କିପରି ଭାବେ ଭାରତର ସୁରକ୍ଷା ସହ ଅଂସାରୀ ସାଲିସ କଲେ ବୋଲି ପ୍ରଶ୍ନ କରାଯାଇଛି ।
ଭାରତୀୟ ଗୁଇନ୍ଦା ବିଭାଗ RAWର ପୂର୍ବତନ ଅଧିକାରୀ ଏନକେ ସୁଦ ହମିଦ ଅନସାରୀଙ୍କ ବିରୋଧରେ ଲଗାଇଥିବା ଅଭିଯୋଗକୁ ଏବେ ମନେପକାଇଛନ୍ତି ଲୋକମାନେ । ୨୦୧୯ର ଏକ ଟ୍ୱିଟକୁ ୟୁଜରମାନେ ରିଟ୍ୱିଟ କରୁଛନ୍ତି । ୨୦୧୯ରେ ଏନକେ ସୁଦ ଏକ ଟ୍ୱିଟ କରି କହିଥିଲେ, ମୁଁ ଇରାନର ରାଜଧାନୀ ତେହରାନରେ ରହିବା ସମୟରେ ହମିଦ ଅନସାରୀ ରାଷ୍ଟ୍ରଦୂତ ଭାବେ ତେହରାନର ଥିଲେ । ସେ ସମୟରେ ଅଂସାରୀ RAW ସେଟଅପ ସମ୍ପର୍କରେ ଖୁଲାସା କରି ର’ ୟୁନିଟ ସଦସ୍ୟଙ୍କ ଜୀବନ ବିପଦରେ ପକାଇଥିଲେ । ଏଭଳି ଲୋକଙ୍କୁ ଆମ ଦେଶରେ ଦୁଇ ଦୁଇ ଥର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଦିଆଗଲା । ଏହି ଟ୍ୱିଟକୁ ଆଜି ପୁଣିଥରେ ବିଜେପିର ସଂକ୍ରାନ୍ତ ସାନୁ ରିଟ୍ୱିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି ।