ଆମେରିକାର ରାଷ୍ଟ୍ରପତିଙ୍କ ନାଁରେ ରହିଛି ହରିୟାଣାର ଏହି ଗାଁ
ନନ୍ଦିଘୋଷ ବ୍ୟୁରୋ : ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ୧୦୦ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ବହୁ ଦିନ ଧରି ଅସୁସ୍ଥ ଥିଲେ । କାର୍ଟରଙ୍କ ଭାରତ ସହ ଏକ ନିବିଡ଼ ସମ୍ବନ୍ଧ ଥିଲା । ସେ ଭାରତ ଯାତ୍ରା କରିଥିବା ୩ୟ ଆମେରିକା ରାଷ୍ଟ୍ରପତି ଥିଲେ । ତାଙ୍କ ଭାରତ ଗ୍ରସ୍ତର ଏକ ପ୍ରତୀକ ସ୍ୱରୂପ ଏବେ ବି ଭାରତରେ ରହିଛି । ଅର୍ଥାତ କାର୍ଟରଙ୍କ ନାମରେ ଭାରତର ଏକ ଗାଁର ନାଁ ‘କାର୍ଟରପୁରୀ’ ରଖାଯାଇଛି ।
ଭାରତର ସଂସଦକୁ କରିଥିଲେ ସମ୍ୱୋଧିତ :
କାର୍ଟରଙ୍କୁ ଭାରତର ମିତ୍ର ଭାବେ ବିବେଚନା କରାଯାଉଥିଲା । ଏମରଜେନ୍ସି ପରେ ୧୯୭୭ ମସିହାରେ ଜନତା ପାର୍ଟିର ବିଜୟ ପରେ ଭାରତକୁ ଆସିଥିବା ସେ ୩ୟ ଆମେରିକା ରାଷ୍ଟ୍ରପତି ଥିଲେ । ୧୯୭୮ମସିହା ଜାନୁଆରୀ ୨ରେ ସେ ଭାରତର ସଂସଦକୁ ସମ୍ୱୋଧିତ କରି ଏକଛତ୍ରବାଦୀ ଶାସବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।
ଏହି ଗାଁକୁ କରିଥିଲେ ପରିଦର୍ଶନ :
କାର୍ଟର ୧୯୭୮ମସିହା ଜାନୁଆରୀ ୩ରେ ଏବଂ ତତ୍କାଳୀନ ପ୍ରଥମ ଲେଡି ରୋସାଲିନ ଦିଲ୍ଲୀ ଠାରୁ ଏକ ଘଣ୍ଟା ଦୂରରେ ଥିବା ହରିୟାଣାର ଦୌଲତପୁରରୁ ନସୀରାବାଦ ଯାଇଥିଲେ । ଏହି ଗ୍ରସ୍ତ ଏପରି ସଫଳ ହୋଇଥିଲା ଯେ, ଏହା ପରେ ପରେ ଗାଁ ଲୋକ ଏହି ସ୍ଥାନର ନାଁ କାର୍ଟରପୁରୀ ରଖିଦେଲେ । ଏପରିକି ସେମାନେ ରାଷ୍ଟ୍ରପତି କାର୍ଟରଙ୍କ କାର୍ଯ୍ୟକାଳ ସମୟରେ ହ୍ୱାଇଟହାଉସର ସମ୍ପର୍କରେ ଥିଲେ । ଯେବେ ୨୦୦୨ ମସିହାରେ ରାଷ୍ଟ୍ରପତି କାର୍ଟରଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା , ସେବେ ଏହି ଗାଁରେ ଉତ୍ସବ ମନାଇଥିଲେ ।