ବିହାରର ବାହୁବଳୀ ସାଂସଦ ଶାହାବୁଦ୍ଦିନ ହେଲା କରୋନାର ଶିକାର, ତିହାଡ ଜେଲରେ ମୃତ୍ୟୁ

Former RJD MP Mohammad Shahabuddin Dies From Corona

ନୂଆଦିଲ୍ଲୀ: ବିହାରର ସିବାନର ପୂର୍ବତନ ସାଂସଦ ତଥା ଆରଜେଡି ନେତା ଓ କୁଖ୍ୟାତ ମାଫିଆ ଡନ୍ ମହମ୍ମଦ ଶାହାବୁଦ୍ଦିନର କରୋନାରେ ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହେବା ପରେ ଶାହାବୁଦ୍ଦିନକୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶାହାବୁଦ୍ଦିନ ବିରୋଧରେ ହତ୍ୟା ସମେତ ଅନେକ ସଂଗୀନ ଅଭିଯୋଗ ଥିଲା । ତିହାଡ ଜେଲ ଡିଜି ଶାହାବୁଦ୍ଦିନ ମୃତ୍ୟୁ ଖବରକୁ ସ୍ୱୀକାର କରିଛନ୍ତି । ପ୍ରଥମେ ମୃତ୍ୟୁ ସୂଚନା ମିଛ ବୋଲି ଖବର ଆସୁଥିଲା ।

Former RJD MP Shahabuddin Shahabuddin Dies From Corona

ଭେଣ୍ଟିଲେଟରରେ ଥିଲା ଶାହାବୁଦ୍ଦିନ

କରୋନା ସଂକ୍ରମିତ ଶାହାବୁଦ୍ଦିନର ଅବସ୍ଥା ଏପ୍ରିଲ ୨୦ ତାରିଖ ପରଠାରୁ ଗୁରୁତର ହୋଇଥିଲା । କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଶାହାବୁଦ୍ଦିନ ଜେଲ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ । ତେବେ ପରେ ତାକୁ ଭେଣ୍ଟିଲେଟରକୁ ସ୍ଥାନାନ୍ତିରତ କରାଯାଇଥିଲା ।

ଶାହାବୁଦ୍ଦିନ କିଏ ?

୧୯ ବର୍ଷ ବୟସରେ ଶାହାବୁଦ୍ଦିନ ବିରୋଧରେ ପ୍ରଥମ ଆପରାଧିକ ମାମଲା ଦାଏର ହୋଇଥିଲା । ରାଜନୀତି ବିଜ୍ଞାନରେ ଏମଏ ଓ ପିଏଚଡି କରିଥିବା ଶାହାବୁଦ୍ଦିନ ସିବାନରେ ଆତଙ୍କର ରୂପ ଥିଲା । କଲେଜ ସମୟରୁ ହିଁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । ପ୍ରଥମେ ସିବାନରେ ଆତଙ୍କ ସୃଷ୍ଟି କରିଥିବା ଶାହାବୁଦ୍ଦିନର ରାଜନୈତିକ ପ୍ରତିପତି ବୃଦ୍ଧି ସହିତ ସମଗ୍ର ରାଜ୍ୟରେ ଆତଙ୍କ ବଢିଥିଲା । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଶାହାବୁଦ୍ଦିନ ଉପରେ ଆର୍ଶିବାଦ ଥିବା ଅଭିଯୋଗ ହୁଏ । ୧୯୯୬ରେ ଲାଲୁ ଯାଦବଙ୍କ କୃପାରୁ ଶାହାବୁଦ୍ଦିନ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

Former RJD MP Shahabuddin Shahabuddin Dies From Corona

୨୦୦୪ରେ ଚନ୍ଦା ବାବୁଙ୍କ ତିନି ପୁଅ ସତୀଶ, ଗିରୀଶ ଓ ରାଜୀବଙ୍କ ଅପହରଣ ଶାହାବୁଦ୍ଦିନ ଆଦେଶରେ ହୋଇଥିଲା । ଗିରିଶ ଓ ସତୀଶଙ୍କୁ ଏସିଡ କୁଣ୍ଡରେ ପକାଇ ହତ୍ୟା କରାଯାଇଥିଲା । ଅନ୍ୟପକ୍ଷରେ ଏହି ମାମଲାର ସାକ୍ଷୀ ରାଜୀବ କୌଣସି ପ୍ରକାରେ ସେଠାରୁ ଖସି ଚାଲି ଯାଇଥିଲେ । ପରେ ରାଜୀବ ଏହି ମାମଲାରେ ସାକ୍ଷୀ ହୋଇଥିଲେ । ତେବେ ୨୦୧୫ରେ ସିବାନର ଡିଏଭି ରୋଡରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାର ମାତ୍ର ୧୮ ଦିନ ପୂର୍ବରୁ ରାଜୀବଙ୍କ ବିବାହ ହୋଇଥିଲା ।

Leave a Reply