ନୂଆ ରାଜନୈତିକ ଦଳ ଗଢିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼: ନୂଆ ରାଜନୈତିକ ଦଳ ଗଠନ କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ଏ ନେଇ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି ଅମରିନ୍ଦର ସିଂଙ୍କ ରାଜନୈତିକ ପରାମର୍ଶଦାତା ରବିନ ଠୁକରାଲ ।

ସୂଚନା ଅନୁଯାୟୀ, ଖୁବ ଶୀଘ୍ର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିବେ ଅମରିନ୍ଦର। ବିଜେପି ସହ ଆଗାମୀ ନିର୍ବାଚନରେ ଯିବା ନେଇ ସଙ୍କେତ ଦେଇଛନ୍ତି ଅମରିନ୍ଦର । ସେ କହିଛନ୍ତି ଯଦି ଚାଷୀମାନଙ୍କ ସମସ୍ୟାର ସମାଧାନ ହୋଇଯିବ, ତେବେ ୨୦୨୨ ନିର୍ବାଚନରେ ବିଜେପି ସହ ମେଣ୍ଟ ହେବାର ସମ୍ଭାବନା ରହିଛି । ପଞ୍ଜାବର ଭବିଷ୍ୟତ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅମରିନ୍ଦର ।

ତେବେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର । ଏଥି ସହ କଂଗ୍ରେସ ସହ ସମସ୍ତ ରାଜନୈତିକ ସମ୍ପର୍କ ମଧ୍ୟ ଛିନ୍ନ କରିଥିଲେ । ଅମରିନ୍ଦର ନୂଆ ଦଳ ଗଢିବା ନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ସେ ଏ ନେଇ ସୂଚନା ଦେଇଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି

Leave a Reply