ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ, ଡାକ୍ତରଖାନାରେ ଭର୍ତ୍ତି

1 min read

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସୋମବାର ଦ୍ୱିପ୍ରହରେ ପ୍ରଣବ ମୁଖାର୍ଜୀ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ କହିଛନ୍ତି ଯେ, ଡାକ୍ତରଖାନାର ଯାତ୍ରା ଏକ ପ୍ରକ୍ରିୟା ଅଟେ, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି ।

ପ୍ରଣବ ମୁଖାର୍ଜୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ବିଗତ ଏକ ସପ୍ତାହ ମଧ୍ୟରେ ଯେଉଁମାନେ ବି ମୋ ସଂପର୍ସରେ ଆସିଛନ୍ତି, ମୁଁ ଅନୁରୋଧ କରୁଛି ଯେ ସେମାନେ ନିଜର କୋଭିଟ ଟେଷ୍ଟ କରାଇ ନିଅନ୍ତୁ ଏବଂ ସେଲ୍ଫ୍ ଆଇସୋଲେସନରେ ରୁହନ୍ତୁ ।

ଜଣାଇ ରଖୁଛୁ ଯେ, ପ୍ରଣବ ମୁଖାର୍ଜୀଙ୍କ ବୟସ ୮୪ ବର୍ଷ, ଏମିତି ପରିସ୍ଥିରେ ଅଧିକ ବୟସ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭେଟେରାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ମସିହା ମଧ୍ୟରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ  । ୨୦୧୯ରେ ପ୍ରଣବ ମୁଖାର୍ଜୀଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।

ଦେଶରେ କରୋନା ଭାଇରସ ମହାମାରୀ ସଙ୍କଟ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଭିଭିଆଇପି ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅତୀତରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା, ପରେ ତାଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏଥିସହ ପ୍ରବଣଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ।

 

Leave a Reply