ପୁଣି ଅଡ଼ୁଆରେ ଡୋନାଲ୍ଡ ଟ୍ରମ୍ପ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ

ଓ୍ୱାଶିଂଟନ: ପୁଣି ସମସ୍ୟା ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ନୂଆ ବିବାଦ ଭିତରେ ଫସିଛନ୍ତି ଡୋନାଲ୍ଟ୍ର ଟ୍ରମ୍ପ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଛି । ୪ ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ ମାମଲା । ଆଜି ସେ ଜର୍ଜିଆ କୋର୍ଟରେ ଆତ୍ମସମର୍ପଣ କରିବେ । ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ସେ ସମ୍ମୁଖିନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ନିର୍ବାଚନରେ ପରାଜୟ ବରଣ କରିବା ଓ କ୍ଷମତା ହସ୍ତାନ୍ତରକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ତଦନ୍ତରେ ଅଭିଯୁକ୍ତଭାବେ ଦର୍ଶାଯାଇଛି । ଏନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ ଟ୍ରମ୍ପ ।