ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନ ସରକାର, ମନ୍ତ୍ରୀ ହୋଇପାରନ୍ତି ଅସରଫ ଗନି

କାବୁଲ: ରଣକ୍ଷେତ୍ର ପାଲଟିଛି କାବୁଲ। ପ୍ରତିଟି ସମୟରେ ମୃତ୍ୟୁର ଖଣ୍ଡା ମୁଣ୍ଡ ଉପରେ ଝୁଲି ରହୁଛି। ଆଶା ଆଶଙ୍କା ଭିତରେ ଜଟିଳ ହୋଇପଡ଼ିଛି ଜୀବନ ଜିଇଁବା। କାବୁଲକୁ ରଣକ୍ଷେତ୍ର କଲା ପରେ ଏବେ ରାଜନୀତିକୁ ସରଗରମ କରିଛି ତାଲିବାନ। ସବୁବେଳେ ଆତଙ୍କ ଉପରେ ବିଶ୍ୱାସ କରୁଥିବା ତାଲିବାନୀ ଏବେ ରାଜନୀତି କରିବାକୁ ଯାଉଛି। ବର୍ତ୍ତମାନର ସମୟରେ କାବୁଲରେ ଏମିତି ଏକ ଆଲୋଚନାର ଝଡ଼ ବୋହୁଛି ଯାହା ଆପଣଙ୍କୁବି ଆଶ୍ଚର୍ଯ୍ୟ କରିଦେବ। ଯାହା ଶୁଣିଲେ ଆପଣ ମାନେବି ଏହା ଭାବିବା ପାଇଁ ବାଧ୍ୟ ହେବେ ଏ ସବୁ ପଛରେ ସେହି ବ୍ୟକ୍ତି ଜଣକର ହାତ ନଥିଲା ତ ?
ଆଫଗାନିସ୍ତାନ ଛାଡି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗନି ତାଲିବାନ ସରକାରରେ ସାମିଲ ହେବେ ? ଏଭଳି କିଛି ଖବର ଆଫଗାନିସ୍ତାନରୁ ଆସିବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଅଶରଫ ଗନି ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶ ଛାଡି ପଳାୟନ କରିଥିଲେ। ଅସୁବିଧା ସମୟରେ ଦେଶ ସହ ଲୋକଙ୍କ ସହ ଛିଡ଼ା ନହୋଇ ଭୟରେ ଦାୟୀତ୍ୱକୁ ପରିତ୍ୟାଗ କରିଛନ୍ତି। ସେହି ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନି ପୁଣି ଥରେ ଆଫଗାନିସ୍ତାନକୁ ଫେରୁଛନ୍ତି। ଆଫଗାନିସ୍ତାନରେ ଆରମ୍ଭ ହେବାକୁ ଯାଉଛି ତାଲିବାନର ସରକାରରେ ମନ୍ତ୍ରୀ ହେବାକୁ ଯାଉଛନ୍ତି ଗନି। ତାଲିବାନ ତାର ସରକାର ଗଠନ କରିବା ପରେ ଗନି ହୋଇପାରନ୍ତି ମନ୍ତ୍ରୀ। ଏଭଳି ଯୋରଦାର ଚର୍ଚ୍ଚା ଏବେ ଆଫଗାନିସ୍ତାନରେ ଝଡ଼ ହୋଇ ବହୁଛି। କିନ୍ତୁ ଗନିଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ଗନିଙ୍କୁ ମନ୍ତ୍ରୀ ପଦ ମିଳେ ତେବେ ଆଫଗାନିସ୍ତାନର ଲୋକେ ଗନିଙ୍କୁ ଏଭଳି ଅବସ୍ଥାର ଷଡ଼ଯନ୍ତ୍ରକାରୀ ବୋଲି ଭାବିବା କିଛି ଭୁଲ ହେବ ନାହିଁ।

ତାଲିବାନ ଯେତେବେଳେ ଅଗଷ୍ଟ ୧୫ରେ କାବୁଲରେ ପ୍ରବେଶ କରି ଦେଶର ନିୟନ୍ତ୍ରଣକୁ ହାସଲ କରିଥିଲା ସେତେବେଳେ ଆଫଗାନିସ୍ତାନ ସରକାରର ପତନ ହୋଇଥିଲା । ଆଫଗାନୀ ସେନା ତାଲିବାନର ମୁକାବିଲା କରିବା ବଦଳରେ ଆତ୍ମସମର୍ପଣ କରିବାକୁ ପସନ୍ଦ କରିଥିଲା। ଗନିଙ୍କୁ ନେଇ ଦେଶବାସୀଙ୍କ ଅଭିଯୋଗ ଥିଲା ଯେ, ସେ ତାଲିବାନ ହାତରେ ନାଗରିକଙ୍କୁ ବିକ୍ରି କରି ଦେଶ ଛାଡି ଚାଲିଗଲେ। କେବଳ ଏତିକି ନୁହେଁ ଗନି ମଧ୍ୟ ଦେଶରୁ ଗଲା ବେଳେ ୪ଟି କାର ଓ ଦୁଇଟି ହେଲକପ୍ଟରରେ ପ୍ରଚୁର ଅର୍ଥ ନେଇ ଯାଇଥିବା ଅଭିଯୋଗ ହେଉଛି । ଅବଶ୍ୟ ଗନି ମିଳିତ ଆରବ ଏମିରଟରେ ଥିବା ନିଜ ସୁରକ୍ଷିତ ଘରୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଗନି ତାଲିବାନ ସରକାରରେ ସାମିଲ ହେବାକୁ ନେଇ ଖବର ଆସୁଥିବା ବେଳେ ଆଉ ଗୋଟିଏ ଖବର ମଧ୍ୟ ଆସୁଛି । ତାହା ହେଉଛି ଯେ, ଗନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ ତାଲିବାନ କହିଛି । ତାଲିବାନ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଗନି ଙ୍କ ପାଇଁ ସବୁ ଅରଜକାତ ସୃଷ୍ଟି ହୋଇଛି । ସେ ଯଦି ଦେଶ ଛାଡି ନଯାଇ ତାଲିବାନକୁ ସରକାର ଗଠନ କରିବାକୁ ସମୟ ଦେଇଥାନ୍ତେ ତେବେ କାବୁଲରେ ଲୁଟତରାଜ ହୋଇ ନଥାନ୍ତା କି ଗୁଳି ମାଡରେ ଲୋକଙ୍କ ଜୀବନ ଯାଇ ନଥାନ୍ତା । ଗନି ନିଜ ଜୀବନ ବଂଚାଇବା ପାଇଁ ଯେଉଁଭଳି ପଳାୟନ କଲେ ସେଥିପାଇଁ ଅରାଜକତା ସୃଷ୍ଟି ହେଲା ବୋଲି ତାଲିବାନ କହିଛି । ଏହାସହିତ ତାଲିବାନ ଗନିଙ୍କୁ ସବୁ ଟଙ୍କା ଫେରାଇ ଦେବାକୁ କହିଛି ।

ଏହି ଦୁଇ ପରସ୍ପର ବିରୋଧୀ ଖବର ଭିତରୁ କେଉଁଟି ସତ ତାହା ଏବେ କହିବା ଠିକ ହେବ ନାହିଁ । ଗନି ପଛ ଦୁଆର ଦେଇ ତାଲିବାନ ସହିତ ସନ୍ଧି କରିଛନ୍ତି କି ନାହିଁ ତାହା ସମୟ କହିବ । କିନ୍ତୁ ଗୋଟିଏ କଥା ସତ ଗନି ଜଣେ ଭୀରୁ ରାଷ୍ଟ୍ରପତି ଥିଲେ ଯିଏ ନିଜ ଦେଶ ଜଳୁଥିବା ବେଳେ ତାକୁ ଛାଡି ଚାଲିଯାଇଥିଲେ ।

Leave a Reply