ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ହୋଇ ପଡ଼ିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମନମୋହନ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ସୂଚନା ଦିଆଯାଇଛି ।

୮୭ ବର୍ଷୀୟ ମନମୋହନ ସିଂହଙ୍କୁ ଏମ୍ସର କାର୍ଡିଓ ୱାର୍ଡରେ ଅବଜରଭେସନରେ ରଖାଯାଇଛି । ୨୦୦୯ ମସିହାରେ ସେ ଏମ୍ସରେ ହାର୍ଟ ବାଇପାସ୍ ସର୍ଜରୀ କରାଇଥିଲେ । ଏହା ପୂର୍ବରୁ ୧୯୯୦ ମସିହାରେ ମଧ୍ୟ ହାର୍ଟର ବାଇପାସ୍ ସର୍ଜରୀ କରାଇଥିଲେ ।

ସେ ଏବେ ରାଜସ୍ଥାନରୁ ରାଜ୍ୟ ସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ୨୦୦୪ ମସିହାରୁ ୨୦୧୪ ମସିହା ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Leave a Reply