spot_img

Latest Posts

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଧମକ

ଭୁବନେଶ୍ୱର: ନିରଞ୍ଜନଙ୍କ ପରେ ଜୟଦେବ। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ୫୦ ଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ। ଗତ ୩ ତାରିଖରେ କଲ୍ କରି ଟଙ୍କା ମାଗିଥିଲେ ଜଣେ ଯୁବକ। ଓଡ଼ିଆ ଭାଷାରେ କଥା ହୋଇ ଟଙ୍କା ମାଗିଥିଲେ। ଜୟଦେବ କହିଥିଲେ, ମୋତେ ୭୦ ବର୍ଷ ପାର ହେଲାଣି ମାରିଦେଲେ ମାରିଦେ। ତା ପରେ ଯୁବକ କହିଥିଲେ ୫୦ ହଜାର ଦେ।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରିଛନ୍ତି ଜୟଦେବ । ଆହୁରୀ ମଧ୍ୟ କହିଛନ୍ତି, ଉଚିତ୍ ତଦନ୍ତ ଦାବି କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ମୁଁ ସରକାର ବିରୋଧରେ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାରୁ ଏଭଳି ଫୋନ ଧମକ ଆସୁଛି। ମୋହନ ଭଗବତ୍ ଙ୍କୁ ବିରୋଧ କରି ଛାତ୍ର ନେତା ଜେଲ ଯିବା ପରେ ମୁଁ ତାଙ୍କୁ ଭେଟି ସାମ୍ବାଦିକ ସମ୍ମିଳନୀ କରିବା ପରେ ଯୁବକ ଜଣଙ୍କ ଟଙ୍କା ମାଗିବା ସହିତ କହିଥିଲା ବହୁତ୍ ଟିଭିରେ ବହାରୁଛୁ।

ଏନେଇ କ୍ୟାପିଟାଲ ଥାନା ତଦନ୍ତ କରୁଛି।

Latest Posts

Don't Miss