ଧରାପଡ଼ିଲା ପାକ୍ର ମିଛ, ବାଲାକୋଟ ଏୟାରଷ୍ଟ୍ରାଇକ୍କୁ ନେଇ ସତ କହିଲା ପାକ୍

ନୂଆଦିଲ୍ଲୀ: ଶେଷରେ ପାକିସ୍ତାନ ମାନିଲା ଭାରତର ପରାକ୍ରମ । ବାଲାକୋଟ ଏୟାରଷ୍ଟ୍ରାଇକ୍ରେ ପାକିସ୍ତାନର ୩୦୦ ଆତଙ୍କବାଦୀଙ୍କ ନିହତ ହୋଇଥିବା ମାନିଛନ୍ତି ପାକିସ୍ତାନର ଜଣେ କୁଟନୀତିଜ୍ଞ । ଗଣମାଧ୍ୟମରେ ଏଭଳି ବୟାନ ପରେ ଏବେ ପାକିସ୍ତାନର ମିଛ ଧରାପଡିଛି ।
ଫେବ୍ରୁଆରୀ ୨୬ ୨୦୧୯ରେ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ସେତେବେଳେ ପାକିସ୍ତାନ ସରକାର ଏହାକୁ ମିଛ ବୋଲି କହିଥିଲେ । ଏଥିସହ ପାକିସ୍ତାନର କୌଣସି କ୍ଷୟକ୍ଷତି ହୋଇନଥିଲା ବୋଲି କହିଥିଲେ । ହେଲେ ଏବେ ପାକିସ୍ତାନର ଜଣେ ପୂର୍ବତନ ଅଧିକାରୀଙ୍କ ଖୁଲାସା ପରେ ସବୁ ସତ ପଦାରେ ପଡିଛି ।
ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୪୦ ଜଣ ଯବାନ ଶହୀଦ ହୋଇଥିଲେ । ଏହାର ବଦଲା ନେବା ପାଇଁ ଭାରତୀୟ ଯବାନ ଏୟାରଷ୍ଟ୍ରାଇକ୍ କରିଥିଲେ ।