ଓଡ଼ିଶା ଫେରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ

1 min read
Biju-Patnaik

ଭୁବନେଶ୍ୱର: ଓଡିଶା ଫେରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଦୀର୍ଘଦିନ ହେଲା କୋଲକାତା ଏୟାରପୋର୍ଟରେ ପଡ଼ି ନଷ୍ଟ ହେଉଥିବା ଡାକୋଟା ବିମାନ ଫେରାଇ ଆଣିବାକୁ କସରତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଚେୟାରମ୍ୟାନଙ୍କୁ ଚିଠି ଲେଖାଯାଇଛି ।

ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ୧୦ କୋଟି ଟଙ୍କା ବ୍ୟୟ ବରାଦ କରିଛି । ଡାକୋଟା ଡିସି-୩ ବିମାନ ଓଡ଼ିଶା ଫେରିଲେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପ୍ରଦର୍ଶନ ଲାଗି ରଖାଯିବ । ଏହା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲାଗି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚିଠିରେ ଦର୍ଶାଯାଇଛି ।

Leave a Reply