ବିଜେପିରେ ବିଦ୍ରୋହ: ପର୍ଶୁରାମ ଦେଲେ ଅଲଟିମେଟମ୍, କହିଲେ- ଟିକେଟ ନଦେଲେ…

ଭୁବନେଶ୍ବର: ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିକୁ ଲାଗୁଛି ଗୋଟିଏ ପରେ ଗୋଟିଏ ଝଟକା । ବିଭିନ୍ନ ସଥାନରୁ ଉଠିବାରେ ଲାଗିଛି ବିଦ୍ରୋହର ନିଆଁ । ବାଲେଶ୍ବରରୁ ଟିକେଟ ନପାଇ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ବିଦ୍ରୋହର ବିଗୁଲ ବଜାଇଥିବା ବେଳେ ଏବେ ନବରଙ୍ଗପୁରରୁ ଉଠିଛି ବିଦ୍ରେହର ନିଆଁ । ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ କ୍ଷୁବ୍ଧ ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚିଠି ଲେଖି ପର୍ଶୁରାମ ଅଲଟିମେଟମ୍ ଦେଇଛନ୍ତି । ପ୍ରାର୍ଥୀ କରା ନଗଲେ ସେ ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟରୁ ବିରତ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସମର୍ଥକଙ୍କ ସହ ସେ ଆଲୋଚନା କରିଥିବା ପର୍ଶୁରାମ କହିଛନ୍ତି ।