ମିଳିଲା ନିଖୋଜ ପୂର୍ବତନ ବିଧାୟକ ସରୋଜଙ୍କ ଠିକଣା

ଆସିକା: ନିଖୋଜ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ଠିକଣା ମିଳିଛି ।  ରାମେଶ୍ବରମରେ ଅଛନ୍ତି ସରୋଜ । ଏନେଇ ପରିବାର ଲୋକ ପୋଲିସକୁ ସୂଚନା ଦେଇଛନ୍ତି । ପରିବାର ଲୋକଙ୍କ ସହ ସରୋଜ କିଛି ସମୟ କଥା ହୋଇଛନ୍ତି । ବ୍ୟସ୍ତ ବିବ୍ରତ ନ ହେବା ପାଇଁ ସେ କହିଛନ୍ତି । ପରିବାର ଲୋକଙ୍କ ସୂଚନା ପରେ ରାମେଶ୍ବରମ ଯିବ ପୋଲିସ ଟିମ ।

ଗତ ୧୨ ତାରିଖରୁ ସରୋଜ ନିଖୋଜ ଥିବା ନେଇ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ପୁଅ ସଂଗୀତ ପାଢ଼ୀ । ଘରୁ ବାହାରକୁ ଯାଇ ଆଉ ଘରି ନଥିବା ସେ ଅଭିଯୋଗ କରିଥିଲେ । ତାଙ୍କୁ ବାରମ୍ବାର ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ ଅଫ ଥିବା ସେ କହିଥିଲେ ।

୨୦୦୪ରେ ସେ ସ୍ବାଧୀନ ଭାବେ ଲଢିବା ସହ ବିଜେଡିର ସହଯୋଗୀ ସଦସ୍ୟ ଭାବେ ଆସକାରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୯ରେ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୯ରେ ସରୋଜ ବିଜେପିରେ ଯୋଗ ଦେଇଥିଲେ ।