ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ବ୍ରଜରାଜନଗର: ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ଦଳର ପ୍ରାଥମିକ ସଭ୍ୟପଦରୁ ରାଧାରାଣୀ ଆଜି ଇସ୍ତଫା ଦେଇଛନ୍ତି  ।
ରାଜ୍ୟ ବିଜେପି ସଭାପତିଙ୍କ ସେ ଇସ୍ତଫା ପତ୍ର ପଠାଇଛନ୍ତି  । ରାଧାରାଣୀଙ୍କ ଇସ୍ତଫା ପରେ ଝାରସୁଗୁଡ଼ା ବିଜେପିକୁ ବଡ଼ ଝଟକା ମିଳିଛି  ।

ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଝାରସୁଗୁଡ଼ା ପୂର୍ବତନ ଜିଲ୍ଲା ବିଜେପି ସଭାପତି ଥିଲେ  । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେପି ବିଧାୟିକା ଥିଲେ  ।

ବିଜେପି ଛାଡି ଆଜି ସେ ବିଜେଡିରେ ଯୋଗ ଦେଇଛନ୍ତି  । ବିଜେଡି ଲୋକସଭା ପ୍ରାର୍ଥୀ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ରାଧାରାଣୀଙ୍କୁ ଦଳକୁ ସ୍ଵାଗତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ  ।