ପଞ୍ଚାୟତ ନିର୍ବାଚନରେ ପୂର୍ବତନ ବିଧାୟକଙ୍କ ଅଂଶଗ୍ରହଣ

ରଘୁନାଥପାଲି/ଭଣ୍ଡାରିପୋଖରୀ: ସରଗରମ ପଞ୍ଚାୟତ ନିର୍ବାଚନ  । ସମଗ୍ର ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ  ।   ଏମିତିକି ଅନେକ ପୂର୍ବତନ ବିଧାୟକ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି  । ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ ଆଜି ବିଶ୍ରା.କ ଜୋନ୍ ପାଇଁ ଵିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ ପାନପୋଷ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ୨୦୦୪ ମସିହାରୁ ୨୦୦୯ ମସିହା ଯାଏ ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିଲେ ହାଲୁ ମୁଣ୍ଡାରୀ ।

ଜେଏମଏମ ଦଳରେ ଥିବା ହାଲୁ ମୁଣ୍ଡାରୀ ୨୦୧୯ରେ ଵିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଏସଟିଙ୍କ ପାଇଁ ସଂରକ୍ଷଣ ଥିବାରୁ ହାଲୁ ମୁଣ୍ଡାରୀ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାଲୁ ମୁଣ୍ଡାରୀ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର 15 ନମ୍ବର ଜୋନ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା । ଉପ ଜିଲ୍ଲାପାଳଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାୟକ ବ୍ୟୋମକେଶ ରାୟଙ୍କ ଆଶୀର୍ବାଦରେ ଆଜି ନାମାଙ୍କନପତ୍ର ଦାଖଲ କରିଥିବା କହିଛନ୍ତି  । ପ୍ରତ୍ୟେକ ଲୋକର ଦୁଃଖ ସୁଖରେ ସାଥି ହେବା ସହିତ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ମୁଖମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଯୋଗୁଁ, ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ପ୍ରଫୁଲ୍ଲ ଜେନା କହିଛନ୍ତି ।

Leave a Reply