ୟେଦିୟରୁପ୍ପାଙ୍କ ପରେ ଏବେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କରୋନା ପଜିଟିଭ

1 min read

କର୍ଣ୍ଣାଟକ: କରୋନା ଜାଲରେ ଛନ୍ଦି ହେଉଛନ୍ତି ଜଣଙ୍କ ପରେ ଜଣେ ନେତା । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବେ କରୋନା କବଳରେ । କଂଗ୍ରେସ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ବି. ସିଦ୍ଧରମେୟା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କୋଭିଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ କରୋନା ପଜିଟିଭ୍ ଖବର ସେ ନିଜେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ କଣ୍ଟାକ୍ଟରେ ଆସିଥିବା ସମସ୍ତଙ୍କୁ ସେ କୋଭିଡ ଟେଷ୍ଟ କରିବା ସହ କ୍ୱାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି ।

ଏହା ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା ।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ବୋଲି ଡାକ୍ତର କହିଥିଲେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁରୁଣା ବିମାନବନ୍ଦର ରୋଡରେ ଅବସ୍ଥିତ ମଣିପାଳ ହସ୍ପିଟାଲରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଛି। ସେ ୩୧ ଜୁଲାଇରେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଥିଲେ। ଏହାପୂର୍ବରୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କରୋନା ପଜିଟୁଭ୍ ବୋଲି ଜଣାପଡିଛି । ଏନେଇ ସେ ଟ୍ୱିଟରେ କରୋନା ପଜିଟିଭ୍ ହେବା ନେଇ ନିଜେ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply