ବଜ୍ରକାପ୍ତା ଡିଲ୍‌ ବେଳେ ଧରାପଡ଼ିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ

1 min read

ମୟୁରଭଞ୍ଜ: ବଜ୍ରକାପ୍ତା ଡିଲ୍‌ ବେଳେ ଧରାପଡ଼ିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ବିଜେପି ନେତା ଦିଲ୍ଲୀପ ନାୟକ । ଗତ ବିଧାନସଭା ନିର୍ବାଚନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦିଲ୍ଲୀପ ନାୟକ ଜେଏମଏମ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ l ଦିଲ୍ଲୀପ ବର୍ତ୍ତମାନ ବିଜେପିରେ ସକ୍ରିୟ ରହିଛନ୍ତି । ଏଥିସହ ସେ ଏବେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଘନିଷ୍ଠ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର କେତେକ ବନ୍ୟପ୍ରାଣୀ ତସ୍କର ଦେବଗଡ଼ ଜିଲ୍ଲାରେ ଆଡ୍ଡା ଜମାଇଥିବା ସୂଚନା ପାଇଥିଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ । ଏନେଇ ଗ୍ରାହକ ବେଶରେ ତସ୍କରଙ୍କୁ ଧରିବାକୁ ଯୋଜନା କରାଯାଇଥିଲା । ଦେବଗଡ଼ ବାରକୋଟ ଥାନା ଝୁମ୍ପୁରା ଗାଁ ଜଙ୍ଗଲ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କାରେ ଡିଲ୍ ବେଳେ ଦିଲ୍ଲୀପ ନାୟକଙ୍କୁ କାବୁ କରିଛି ପୋଲିସ । ୭ କେଜିରୁ ଉର୍ଦ୍ଧ୍ବ ଓଜନର ବଜ୍ରକାପ୍ତା ଜବତ ସହ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି ।

Leave a Reply