ଛାଡିଗଲା ରାଜନୀତି ନିଶା, ଚାକିରିକୁ ଫେରୁଛନ୍ତି ପୂର୍ବତନ ଆଇଏଏସ

1 min read

ଶ୍ରୀନଗର: ଦିନେ ସରକାରୀ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ ।  ଏବେ ପୁଣିଥରେ ଚାକିରିକୁ ଫେରିବାକୁ ଚାହୁଁଛନ୍ତି, ଯାହାର ସଙ୍କେତ ଦେଇଛନ୍ତି ନିଜେ ପୂର୍ବତନ ଆଇଏଏସ୍‌ ।  ଜମ୍ମୁ କାଶ୍ମୀରର ପ୍ରଥମ UPSC ଟପର ହୋଇଥିବା ଶାହ ବୁଧବାର ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରିଥିଲେ । ୨୦୧୯ରେ ରାଜନୀତିରେ ସାମିଲ ହେବାକୁ ସରକାରୀ ଚାକିରି ଛାଡ଼ି ଦେଇଥିଲେ ।

୨୦୧୯  ଜାନୁଆାରୀରୁ ଅଗଷ୍ଟ ମଧ୍ୟରେ ମୁଁ ସବୁକିଛି ହଜେଇ ଦେଇଥିଲି । ମୁଁ ଭାଙ୍ଗି ପଡ଼ିଥିଲି । ବର୍ଷ ବର୍ଷର ପରିଶ୍ରମରେ ତିଆରି କରିଥିବା ସାମ୍ରାଜ୍ୟ ସବୁ ଚାଲିଗଲା । ଚାକିରି ଆଉ ବନ୍ଧୁତା ମଧ୍ୟ । ମୋ ଆଦର୍ଶପଣିଆ ମୋତେ ନିରାଶ କରିଛି, କିନ୍ତୁ ମୁଁ ଆଶା ଛାଡ଼ିନି, ବୋଲି ଶାହ ଟ୍ୱିଟ୍‌ କରିଛନ୍ତି । ଜୀବନରେ କରିଥିବା ଭୁଲ୍‌ ଆଉ କରିବିନି । ଜୀବନ ମୋତେ ପୁଣିଥରେ ଏକ ସୁଯୋଗ ଦେବ । ଅସଫଳତା ଆମକୁ ମଜବୁତ କରେ  ।  ଏବେ ମୋତେ ୩୯ ବର୍ଷ ହୋଇଗଲାଣି ଏବଂ ମୁଁ ନୂଆକରି ଆରମ୍ଭ କରିବାକୁ ଉତ୍ସାହିତ ଅଛି ।  କିନ୍ତୁ ଆଉ ଏକ ସୁଯୋଗର ଅର୍ଥ କ’ଣ ଏହା ସ୍ପଷ୍ଟ କରିନାହାଁନ୍ତି ।

ଶାହ ଫୈସଲ ୨୦୦୯ରେ UPSC ପରୀକ୍ଷାରେ ଟପ୍‌ କରିଥିଲେ ।  ୨୦୧୯ରେ ଚାକିରି ଛାଡ଼ିଥିଲେ । କାଶ୍ମୀରରେ ହେଉଥିବା ହତ୍ୟାକୁ ଗମ୍ଭୀରତାର ସହ ନ ନେଉଥିବାରୁ ସେ ଖୁବ୍‌ ନାରାଜ ଥିଲେ । ସରକାର ତାଙ୍କ ଇସ୍ତଫା ଗ୍ରହଣ କରିନଥିଲେ ।  ଏହାପରେ ୨୦୧୯ରେ ସେ ନିଜର ଏକ ପାର୍ଟି ‘ ଜମ୍ମୁ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ’ ଗଠନ କରିଥିଲେ ।  ଏହା ସହିତ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯୋଜନା କରିଥିଲେ ।

ଏହା ବାଦ୍‌ ଜମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ଉଠାଇବାକୁ ସେ ବିରୋଧ କରିଥିଲେ ଏବଂ ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା ।  କିନ୍ତୁ ମୁକୁଳିବା ପରେ ସେ ରାଜନୀତି ଛାଡ଼ି ଦେଇଥିଲେ ।  ଗତ କିଛଇ ଦିନ ମଧ୍ୟରେ ସେ ତାଙ୍କ ଚିନ୍ତାଧା ବଦଳାଇ ଦେଇଛନ୍ତି ।